ନୂଆଦିଲ୍ଲୀ: ୟୁନିଅନ ପବ୍ଲିକ୍ ସର୍ଭିସ୍ କମିଶନ (UPSC) ଆଜି ସିଭିଲ୍ ସର୍ଭିସେସ୍ ପରୀକ୍ଷା (CSE) ଫାଇନାଲ୍ ରେଜଲ୍ଟ ୨୦୨୫ ଘୋଷଣା କରିଛି। ଚଳିତଥର ଅନୁଜ ଅଗ୍ନିହୋତ୍ରୀ ଏହି ସମ୍ମାନଜନକ ପରୀକ୍ଷାରେ ଶୀର୍ଷ ସ୍ଥାନ ହାସଲ କରି ଟପ୍ପର ହୋଇଛନ୍ତି। ସର୍ବଭାରତୀୟ ସ୍ତରରେ ସେ ୧ ନମ୍ବର ରାଙ୍କ ହାସଲ କରିଛନ୍ତି। ସେହିପରି ଦ୍ୱିତୀୟରେ ରାଜେଶ୍ୱରୀ ସୁଭେ ଏମ, ତୃତୀୟ ସ୍ଥାନରେ ଅକାଂଶ ଧୂଲ, ଚତୁର୍ଥରେ ରାଘବ ଝୁନଝୁନଓ୍ବାଲା, ପଞ୍ଚମରେ ଇଶାନ ଭଟ୍ଟନାଗର, ଷଷ୍ଠରେ ଜିନିଆ ଅରୋରା, ସପ୍ତମରେ ରାଜାହ ମହାଇଦ୍ଦିନ, ଅଷ୍ଟମରେ ପକ୍ଷାଲ ସେକ୍ରେଟ୍ରି, ନବମରେ ଆସ୍ଥା ଜୈନ, ଦଶମରେ ଉଜ୍ଜ୍ବଳ ପ୍ରିୟଙ୍କ ରହିଛନ୍ତି ।
ଚଳିତଥର ମୋଟ ୯୫୮ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏହାର ପ୍ରିଲିମ୍ସ ପରୀକ୍ଷା ୨୫ ମେ ୨୦୨୫ରେ ଅନୁଷ୍ଠିତ ହୋଇଥିଲା। ମେନ୍ ପରୀକ୍ଷା ୨୨ ଅଗଷ୍ଟ ରୁ ୩୧ ଅଗଷ୍ଟ, ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଶେଷ ପର୍ଯ୍ୟାୟ, ବ୍ୟକ୍ତିତ୍ୱ ପରୀକ୍ଷା ବା ସାକ୍ଷାତକାର, ୨୭ ଫେବୃଆରୀ, ୨୦୨୬ ରେ ଶେଷ ହୋଇଥିଲା। ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ଏବେ ଅଫିସିଆଲ୍ ୱେବସାଇଟ୍, ଅର୍ଥାତ୍ upsc.gov.inରେ ଚୂଡ଼ାନ୍ତ ମେରିଟ୍ ଲିଷ୍ଟ ଯାଞ୍ଚ କରିପାରିବେ। କମିଶନ ବିଭିନ୍ନ ସେବା ପାଇଁ ମନୋନୀତ ପ୍ରାର୍ଥୀଙ୍କ ନାମ ସହିତ PDF ଫର୍ମାଟରେ ମେରିଟ୍ ଲିଷ୍ଟ ପ୍ରକାଶ କରିଛି।
ସିଭିଲ୍ ସର୍ଭିସ୍ ପରୀକ୍ଷାକୁ ବିଶ୍ୱର ସବୁଠାରୁ କଠିନ ପ୍ରତିଯୋଗିତାମୂଳକ ପରୀକ୍ଷା ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ପ୍ରତିବର୍ଷ, ଲକ୍ଷ ଲକ୍ଷ ଆଶାୟୀ ପରୀକ୍ଷା ଦିଅନ୍ତି, କିନ୍ତୁ ପ୍ରାଥମିକ ପରୀକ୍ଷା, ମୁଖ୍ୟ ପରୀକ୍ଷା ଏବଂ ବ୍ୟକ୍ତିତ୍ୱ ପରୀକ୍ଷା ତିନୋଟି ପର୍ଯ୍ୟାୟ ଉତ୍ତୀର୍ଣ୍ଣ ହେବା ପରେ କେବଳ ଏକ ଛୋଟ ଅଂଶ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଆନ୍ତି।
ଅଧିକ ପଢନ୍ତୁ: ଏଣିକି ଟ୍ରାନ୍ସଜେଣ୍ଡର୍ କରିବେ ସରକାରୀ ଚାକିରି; ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ଆବେଦନ ଫର୍ମରେ ଯୋଡ଼ିହେଲା ‘ତୃତୀୟ ଲିଙ୍ଗ’ ବିକଳ୍ପ