କଟକ: ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବିଏସ୍ଏଫ୍ର ସ୍ୱତନ୍ତ୍ର ବିମାନରେ ଅମିତ ଶାହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସିଧା ମୁଣ୍ଡଳିକୁ ଯାଇ ସେଠାରେ ଥିବା କେନ୍ଦ୍ର ଶିଳ୍ପ ସୁରକ୍ଷା ବଳ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସେଠାରେ ବ୍ରେଭହାର୍ଟ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରି ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
କାର୍ଯ୍ୟକ୍ରମଙ୍କୁ ସମ୍ବୋଧିତ କରି ଶାହ ସିଆଇଏସଏଫ୍ ଭୂମିକାକୁ ପ୍ରଶଂସା କରି କହିଛନ୍ତି, 'ଦେଶର ଔଦ୍ୟୋଗିକ ବିକାଶର ସମ୍ଭାବନା CISF ବିନା ଅସମ୍ଭବ। ଏହା ଆଧୁନିକତାକୁ ଆପଣେଇଛି ଓ ପରମ୍ପରାକୁ ବି ଜାବୁଡ଼ି ଧରିଛି। ବୀରତ୍ୱ ଓ ତ୍ୟାଗର ଅନନ୍ୟ ପ୍ରମାଣ ହେଉଛି CISF। ୨୦୪୭ ବିକଶିତ ଭାରତ ପାଇଁ CISFର ଭୂମିକା ଗୁରୁତ୍ବପୂର୍ଣ୍ଣ। ୭୦ ବିମାନ ବନ୍ଦର ସହ ୩୬୧ଟି ପ୍ରମୁଖ ସଂସ୍ଥାନକୁ ସୁରକ୍ଷା ଦେଉଛି CISF।
ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି, ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲବାଦ ମୁକ୍ତ ଲକ୍ଷ୍ୟ ରହିଛି। ନକ୍ସଲମୁକ୍ତ ଅଭିଯାନରେ ସୁରକ୍ଷାବଳଙ୍କ ଭୂମିକା ଅନନ୍ୟ। CISF ଯବାନ କଠିନ ପରିସ୍ଥିତିରେ କର୍ତ୍ତବ୍ୟପାଳନ କରିଆସୁଛନ୍ତି। ସୁରକ୍ଷାକର୍ମୀଙ୍କ ଜୋରଦାର ଅପରେସନ ଯୋଗୁଁ ନକ୍ସଲବାଦ ସଫା ହୋଇଯିବ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲବାଦ ମୁକ୍ତ ଲକ୍ଷ୍ୟ ରହିଛି। ନକ୍ସଲମୁକ୍ତ ଅଭିଯାନରେ ସୁରକ୍ଷାବଳଙ୍କ ଭୂମିକା ଅନନ୍ୟ। CISF ଯବାନ କଠିନ ପରିସ୍ଥିତିରେ କର୍ତ୍ତବ୍ୟପାଳନ କରିଆସୁଛନ୍ତି। ମାଓବାଦୀଙ୍କ ତିରୁପତିରୁ ପଶୁପତି ରେଡ୍ କରିଡର୍ ସ୍ବପ୍ନ ଧୂଳିସାତ ହେବ। ଆମ ସୁରକ୍ଷାକର୍ମୀ ସେମାନଙ୍କୁ ପରାସ୍ତ କରି ପ୍ରଭୁତ୍ବ ଦେଖାଇବେ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।
ଏହାସହ ସୁରକ୍ଷା ବଳକୁ ଆହୁରି ସଶକ୍ତ କରିବା ପାଇଁ ବଡ଼ ଘୋଷଣା କରିଛନ୍ତି ଶାହ। ସୁରକ୍ଷା ବଳ ପାଇଁ ଆହୁରି ଅର୍ଥ ଆବଶ୍ୟକତା ପରିଲକ୍ଷିତ କରି ବଡ ଅର୍ଥ ରାଶି ଘୋଷଣା କରିଛନ୍ତି । ଏହି ଅବସରରେ CISF ପାଇଁ ୮୮ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଶାହ।
ଅଧିକ ପଢନ୍ତୁ : ଓଡ଼ିଶାରେ ଅମିତ ଶାହ, ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ