ଭୁବନେଶ୍ୱର: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଆସନ୍ତା ୨୧ରେ ଓଡ଼ିଶା ଗସ୍ତରେ ଆସିପାରନ୍ତି । ଏ ନେଇ ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି । ଭୁବନେଶ୍ୱରରେ ଏକ ସରକାରୀ କାର୍ଯ୍ୟକ୍ରମରେ ଶାହ ଯୋଗଦେବେ । ବରମୁଣ୍ଡାରେ ସମବାୟ ବିଭାଗର କାର୍ଯ୍ୟକ୍ରମରେ ଯୋଗଦେବା ସହିତ ସାଧାରଣ ସଭାକୁ ମଧ୍ୟ ଉଦବୋଧନ ଦେବେ ବୋଲି ମନ୍ତ୍ରୀ ବଳସାମନ୍ତ କହିଛନ୍ତି ।