କଟକ: ଖରା ଦିନେ ପାନୀୟ ଜଳ ସଂକଟ ଦେଖା ଯିବା ସାଧାରଣ ଘଟଣା। ହେଲେ କଟକ ସିଡିଏ ସେକ୍ଟର-୭ ଅଞ୍ଚଳରେ ଶୀତ ଦିନେ ପାନୀୟ ଜଳ ସଙ୍କଟ ଉପୁଜିଛି। ଓଡ଼ିଶା ସରକାରଙ୍କ ବସୁଧା ଯୋଜନା ଓ ଜଳ ଜୀବନ ମିସନରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଓଭରହେଡ୍ ଟ୍ୟାଙ୍କ ନିର୍ମାଣ କରି ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଉଛନ୍ତି। ହେଲେ କଟକ ସିଡିଏ ସେକ୍ଟର-୭ ଅଞ୍ଚଳର ଲୋକମାନେ ଚାରି ଦିନ ହେଲା ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏବାବଦରେ ଲୋକେ ସ୍ଥାନୀୟ ପିଏଚଡ଼ିକୁ ବାରମ୍ବାର ଅଭିଯୋଗ କରିବା ପରେ କିଛି ବି ସୁଫଳ ମିଳି ପାରିନାହିଁ। ଯାହାଫଳରେ ଲୋକେ ଏବେ ଗରା, ବାଲଟି ଧରି ରାସ୍ତା କଡ଼ରେ ଥିବା ନଳକୂପରୁ ପାଣି ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି।
ଏହି ସମସ୍ୟା ଦିନକୁ ଦିନ ଜଟିଳ ହେବା ସହ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଳ ସଙ୍କଟ ହେତୁ ଲୋକେ ଶୌଚ ହେବା ପାଇଁ ନିକଟସ୍ଥ କାଠଯୋଡି ନଦୀକୁ ଯିବାକୁ ବାଧ୍ୟ ହେଉଛନ୍ତି। ଏପଟେ କିନ୍ତୁ ଲୋକେ ନିୟମିତ ଭାବରେ ଜଳକର ଦେଇ ଚାଲିଛନ୍ତି। କୌଣସି କାରଣରୁ ଯଦି କାହାର ଜଳକର ଦେବାରେ ଡେରି ହୋଇଯାଉଛି ତେବେ ସେମାନଙ୍କଠାରୁ ଜରିମାନା ମଧ୍ୟ ନିଆଯାଉଛି। ହେଲେ ଲୋକଙ୍କୁ କିନ୍ତୁ ସେହି ଅନୁପାତରେ ସେବା ଉପଲବ୍ଧ ହୋଇ ପାରୁନି। ତୁରନ୍ତ ଏପରି ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ଦାବି ହୋଇଛି।
ଅଧିକ ପଢନ୍ତୁ: ଜାଡରେ ଥରୁଛି ଓଡିଶା : ଦୁଇ ସପ୍ତାହ ଯାଏଁ ଅନୁଭୂତ ହେବ ପ୍ରବଳ ଶୀତ