ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚିତ୍ତଳ ପଞ୍ଚାୟତ ବାଲିକତିରଣ ଗାଁରେ ନିକଟରେ ଏକ ଅମାନବୀୟ ଏବଂ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଏକ ନବଜାତ ଶିଶୁର ଶରୀରକୁ କୁକୁର ଝୁଣି ଖାଉଥିବା ଦେଖାଯାଇଛି । ଏ ନେଇ ଗ୍ରାମବାସୀ ଅନନ୍ତପୁର ଫାଣ୍ଡି ପୋଲିସକୁ ଖବର ଦେବା ପରେ ମୃତ ଦେହକୁ ଜବତ କରାଯାଇଛି ।
ଆଜି ସକାଳେ ବାଲିକତିରଣ ଗାଁ ନିକଟ ଖେଳ ପଡ଼ିଆ ନିକଟରେ ଏକ ବାଉଁଶ ବୁଦା ମୂଳେ ଏକ ନବଜାତ ଶିଶୁର ଶରୀରକୁ ତିନି ରୁ ଚାରୋଟି କୁକୁର ଝୁଣି ଖାଉଥିବାର ଗ୍ରାମବାସୀ ଦେଖିଥିଲେ । ଗ୍ରାମବାସୀ ତୁରନ୍ତ ଅନନ୍ତପୁର ଫାଣ୍ଡି ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ମାଟିରେ ପୋତିଛି । ଶିଶୁ ଶରୀରର ଅନେକ ଅଂଶ ନଥିବାରୁ ତାହା ପୁଅ କି ଝିଅ ସ୍ପଷ୍ଟ ହୋଇପାରି ନାହିଁ । କେହି ଜନ୍ମ କରି ଶିଶୁଟିକୁ ରାସ୍ତା କଡ଼ରେ ଫିଙ୍ଗି ଚାଲି ଯାଇଥିବା ସନ୍ଦେହ କରାଯାଉଛି ।