ମୁମ୍ବାଇ: ଆସନ୍ତା ସାଧାରଣତନ୍ତ୍ର ଦିବସ ପୂର୍ବରୁ ମୁକ୍ତିଲାଭ କରିବାକୁ ଯାଉଛି ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ୧୯୭୧ର ଯୁଦ୍ଧ କାହାଣୀକୁ ନେଇ ନିର୍ମିତ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ‘ବର୍ଡର୍-୨’ । ଏହା ପୂର୍ବରୁ ମଙ୍ଗଳବାର ତାର ଟିଜର୍ ରିଲିଜ୍ ହୋଇଯାଇଛି ।
ଟିଜରରେ ପୁରୁଣା ‘ବର୍ଡର୍’ ଚଳଚ୍ଚିତ୍ରର କଣ୍ଠସ୍ୱର ରହିଛି । ଯାହାକି ଦର୍ଶକଙ୍କ ମନକୁ ଛୁଇଁଛି । ସେହିପରି ଜବରଦସ୍ତ ଆକ୍ସନ୍ସ ସହିତ ସନି ଦେୱାଲଙ୍କ ଦମଦାର ସଂଳାପ ପୁରୁଣା ‘ବର୍ଡର୍’ର ସ୍ମୃତିକୁ ତାଜା କରି ଦେଇଛି । ପାକିସ୍ତାନକୁ ଚେତାବନୀ ଦେଇ କହିଥିବା ତାଙ୍କର ପୁରୁଣା ଡାଇଲଗ୍ ଏଥିରେ ମଧ୍ୟ ଦୋହରାଇଛନ୍ତି, “ତୁମ୍ ଜହାଁ ସେ ଭି ଘୁସନେ କି କୋଶିଶ୍ କରୋଗେ, ଆସମାନ ସେ, ଜମୀନ ସେ, ସମନ୍ଦର ସେ, ସାମ୍ନେ ଏକ୍ ହିନ୍ଦୁସ୍ତାନୀ ଫୌଜୀ ଖଡ଼ା ପାଓଗୋ । ଜୋ ଆଖୋଁ ମେ ଆଖୋଁ ଡାଲକର୍, ସୀନା ଠୋକ୍ କର୍ କହେଗା, ହିମ୍ମତ ହେ ତୋ ଆ, ୟେ ଖଡ଼ା ହେ ହିନ୍ଦୁସ୍ତାନ” ।
ଟିଜର୍ ରେ ବଲିଉଡର ଅନେକ ଆଗ ଧାଡ଼ିର କଳାକାରଙ୍କୁ ଦେଖିବାକୁ ମିଳିଛି । ଦିଲଜିତ ଦୋସାଞ୍ଜ ଓ ବରୁଣ ଧାୱନ ଥିବାବେଳେ ନବାଗତ ଅଭିନେତା ସୁନୀଲ ସେଟ୍ଟୀଙ୍କ ପୁଅ ଆହାନ ସେଟ୍ଟୀଙ୍କୁ ଭାରତୀୟ ଜଳ ସେନାର ଅଧିକାରୀ ଚରିତ୍ରରେ ନଜର ଆସିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ସୋନମ୍ ବାଜବା, ମୋନା ସିଂହ, ମେଧା ରାଣା, ପରମବୀର ଚୀମା, ଗୁନୀତ ସନ୍ଧୁ ଓ ଅଙ୍ଗଦ ସିଂହ ପ୍ରମୁଖ ।
ଜାନୁୟାରୀ ୨୩, ୨୦୨୬ରେ ‘ବର୍ଡର୍-୨’ ରିଲିଜ୍ ହେବାକୁ ଯାଉଛି । ଜେପି ଦତ୍ତା ଓ ଭୂଷଣ କୁମାର ପ୍ରଯୋଜକ ରହିଛନ୍ତି । ଅନୁରାଗ ସିଂହ ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିଛନ୍ତି ।
୧୯୯୭ରେ ‘ବର୍ଡର୍’ ପ୍ରଥମ ଭାଗ ମୁକ୍ତିଲାଭ କରିଥିଲା । ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧ ଉପରେ ଏହାର କାହାଣୀ ଆଧାରିତ ଥିଲା । ଏହାକୁ ବହୁତ ଭଲ ପାଇବା ମିଳିଥିଲା ।