ଭୁବନେଶ୍ୱର: ଠକେଇ ଅଭିଯୋଗରେ ଗିରଫ ହେଲେ ଦମ୍ପତି। ସେୟାର ବଜାର ଏବଂ ଅନ୍ୟାନ୍ୟ ନିବେଶ ଯୋଜନା ନାମରେ ୨୦ କୋଟି ଟଙ୍କାରୁ ଅଧିକ ଠକେଇ କରିଥିବା ଅଭିଯୋଗରେ ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରୁ ଦୁଇ ସ୍ବାମୀ ସ୍ତ୍ରୀ ଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ କେନ୍ଦୁଝର ଆନନ୍ଦପୁର ଅଞ୍ଚଳର ଚନ୍ଦ୍ର ଶେଖର ସାହୁ ଏବଂ ତାଙ୍କ ପତ୍ନୀ ଝରଣା ସାହୁ ନାମକ ଅଭିଯୁକ୍ତଙ୍କୁ ଗ୍ରେଟର ନୋଏଡାରୁ ଗିରଫ କରାଯିବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଅଣାଯାଇଥିଲା। ସେମାନଙ୍କୁ କଟକର ଓପିଆଇଡି ଆଇନ ଅନୁଯାୟୀ କୋର୍ଟରେ ହାଜର କରାଯାଇଛି।