ଭୁବନେଶ୍ୱର: ଦୀର୍ଘ ଦିନର ଦାବିକୁ ଅଣଦେଖା କରାଯାଉଥିବାରୁ ଶେଷରେ ରାଜ୍ୟବ୍ୟାପୀ ଧର୍ମଘଟ କରାଯିବାକୁ ଚେତାବନୀ ଦେଲା ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ(ଓମସା)। ଦାବି ପୂରଣ ନ ହେଲେ କାର୍ଯ୍ୟବନ୍ଦ କରାଯିବ ବୋଲି କହିଛି। ଏନେଇ ଓମସା ପକ୍ଷରୁ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି।
ଓମସାର ସାଧାରଣ ସମ୍ପାଦକ ଡା. ସଞ୍ଜୀବ ପ୍ରଧାନ ସୂଚନା ଦେଇଛନ୍ତି ଯେ, ବିଭିନ୍ନ ଦାବି ନେଇ ଗତ ନଭେମ୍ବର ୨୦ରୁ ଡାକ୍ତରମାନେ କଳାବ୍ୟାଜ ପିନ୍ଧି କାର୍ଯ୍ୟ କରୁଛନ୍ତି। କେନ୍ଦ୍ରୀୟ ବେତନ ହାର, କ୍ୟାଡର ପୁନର୍ଗଠନ, ଦାନ୍ତ ଡାକ୍ତରଙ୍କୁ ସୁବିଧା ପ୍ରଦାନ, ବାର୍ଷିକ ପଦୋନ୍ନତି, ଡାକ୍ତରଙ୍କୁ ସରକାରୀ କ୍ବାର୍ଟର୍ସ, ବୀମା ଆଦି ସୁବିଧା ଦେବା ଭଳି ୧୮ ଦଫା ଦାବି ରଖାଯାଇଛି। ଦାବି ପୂରଣ ନ ହେଲେ ଆସନ୍ତା ଡିସେମ୍ବର ୨୬ରୁ ଘଣ୍ଟାଏ ପାଇଁ ଓପିଡି ବନ୍ଦ ରଖାଯିବ। ଏହା ସତ୍ବେ ଯଦି ଦାବି ପୂରଣ ନ ହେବ ତାହେଲେ ଆସନ୍ତା ଜାନୁୟାରୀ ମାସରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ।
ଅଧିକ ପଢନ୍ତୁ: ଦେଶରେ ଫାର୍ମା ହବ୍ ହେବ ଓଡ଼ିଶା; ସୃଷ୍ଟି ହେବ ୩୮ ହଜାରରୁ ଅଧିକ ଚାକିରି