ଗଜପତି ଜିଲ୍ଲାର ମୋହନା ଅଞ୍ଚଳରୁ ଆସିଛି ଏକ ହୃଦୟବିଦାରକ ଖବର, ଯାହା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି। ଆର. ଉଦୟଗିରି ଥାନା ଅନ୍ତର୍ଗତ ରୁବୁଡିସିଂ ପ୍ରାଥମିକ ସ୍କୁଲ୍ରେ ପାଚେରୀ ଭୁଶୁଡ଼ି ପଡ଼ିବାରୁ ଦୁଇ ନାବାଳିକା ଛାତ୍ରୀଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ଘଟଣା ସମୟରେ ପିଲାମାନେ ସ୍କୁଲ୍ ରେ ଖେଳୁଥିଲେ। ହଠାତ୍ ସ୍କୁଲ୍ର ପାଚେରୀ ଓ ଗେଟ୍ ଭୁଶୁଡ଼ି ପଡ଼ିଥିଲା ଏବଂ ଏହା ତଳେ ଚାପି ହୋଇ ଦୁଇ ଛାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରୁ ଜଣେ ଚତୁର୍ଥ ଓ ଆଉ ଜଣେ ପଞ୍ଚମ ଶ୍ରେଣୀର ଛାତ୍ରୀ ଥିବା ସୂଚନା ମିଳିଛି।
ପ୍ରାଥମିକ ତଦନ୍ତରୁ ନିମ୍ନମାନର ନିର୍ମାଣ କାମ ଏହି ଦୁର୍ଘଟଣାର ମୂଳ କାରଣ ହୋଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଆର. ଉଦୟଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଅଘଟଣ ପୁଣିଥରେ ସ୍କୁଲ୍ ଭବନର ସୁରକ୍ଷା ଓ ନିର୍ମାଣ ଉପରେ ଗଭୀର ପ୍ରଶ୍ନ ଉଠାଇଛି।
ଅଧିକ ପଢନ୍ତୁ: ଦଶମ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ; ବନ୍ଧା ହେଲେ ବିଜ୍ଞାନ ଶିକ୍ଷକ