ଭୁବନେଶ୍ୱର: ରାଜ୍ୟରେ ନୂତନ ରାଜନୈତିକ ଗଠନକୁ ନେଇ ବଡ଼ ବୟାନ ଦେଇଛନ୍ତି ବିଜେପି ନେତା ସମୀର ମହାନ୍ତି । ପୂର୍ବରୁ ଅନେକ ଦଳ ଗଠନ ହୋଇଛି ଏବଂ ରାଜନୈତିକ ପଟ୍ଟଚିତ୍ରରୁ ଯାଇଛନ୍ତି ବୋଲି କହିଛନ୍ତି ସମୀର ।
ରାଜ୍ୟରେ ମହମ୍ମଦ ମୋକିମଙ୍କ ନୂତନ ଦଳ ଓଡ଼ିଶା ଜନତା କଂଗ୍ରେସ ଗଠନକୁ ନେଇ ସମୀର ମହାନ୍ତି କହିଛନ୍ତି ଯେ ରାଜନୈତିକ ଦଳ ତିଆରି କରିବାରେ କୌଣସି ସାମ୍ବିଧାନିକ ବାଧା ନାହିଁ । ସମସ୍ତଙ୍କର ଅଧିକାର ଅଛି ଦଳ ଗଢ଼ିବାର । କିନ୍ତୁ ଓଡ଼ିଶାରେ ବିଗତ ଦିନମାନଙ୍କରେ ଅନେକ ଦଳ ଗଠନ ହୋଇଛି ଏବଂ ଅନେକ ଦଳ ରାଜନୈତିକ ପଟ୍ଟଚିତ୍ରରୁ । ଜନତା ସବୁକିଛି ଜାଣିଛନ୍ତି ସେମାନେ ଉଚିତ ନିଷ୍ପତ୍ତି ନେବେ । ଏହି ପରିପ୍ରେକ୍ଷୀରେ ସମୀର ନୂତନ ଦଳ ଗଢ଼ିବା ନିମନ୍ତେ ମୋକିମଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଉଲ୍ଲେଖ ଯୋଗ୍ୟ, ଆଜି ଓଡ଼ିଶା ଜନତା କଂଗ୍ରେସ ଦଳ ଲୋକାର୍ପିତ ହୋଇଛି । ଦଳର ପ୍ରତିଷ୍ଠାତା ମହମ୍ମଦ ମୋକିମ କହିଛନ୍ତି ଯେ ସୁଯୋଗ ପାଇ ନଥିବା ଲୋକଙ୍କୁ ସୁଯୋଗ ଦେଇ ପ୍ରତିଷ୍ଠିତ କରିବାକୁ ଲକ୍ଷ୍ୟ ରଖିଛି ଓଜେସି । ଆଉ ଆଗାମୀ ଦିନରେ ଓଡ଼ିଶାର ହକ୍ ପାଇଁ ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବ ବୋଲି ପ୍ରଥମ ଦିନରୁ ରଣହୁଁକାର ଦେଇଛନ୍ତି ମୋକିମ ।