ଭୁବନେଶ୍ୱର: ଯେତେବେଳେ ଜଣେ ମହିଳା ନେତୃତ୍ୱ ନିଅନ୍ତି, ସେତେବେଳେ କେବଳ ସିଏ ସଶକ୍ତ ହୁଅନ୍ତି ନାହିଁ ବରଂ ସାରା ସମାଜକୁ ସଶକ୍ତ କରିଥାଆନ୍ତି । ବିଗତ ୧୦ ବର୍ଷରେ ମୋଦୀଙ୍କ ନେତୃତ୍ୱରେ ମହିଳାଙ୍କ ଜୀବନଧାରଣ ମାନରେ ବ୍ୟାପକ ପରିବର୍ତ୍ତନ ଆସିଛି । ଆଜି ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିୟମଠାରେ ଆୟୋଜିତ ‘ନାରୀଶକ୍ତି ବନ୍ଦନ’ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ ସଭାକୁ ସମ୍ବୋଧିତ କରି କହିଛନ୍ତି ଯେ ମୋଦୀ ସରକାର ମହିଳାଙ୍କ ପାଇଁ ଅନେକ କାର୍ୟ୍ୟକ୍ରମ କରିଛନ୍ତି । ବୈପ୍ଳବିକ ପଦକ୍ଷେପ ହେଉଛି ‘ନାରୀଶକ୍ତି ବନ୍ଦନ’ ଅଧିନିୟମର କାର୍ଯ୍ୟକାରିତା । ଭାରତର ଇତିହାସରେ ୨୦୨୩ ଲିପିବଦ୍ଧ ହୋଇ ରହିବ । କାରଣ ସେହି ମସିହାରେ ନାରୀଶକ୍ତି ବନ୍ଦନ ଅଧିନିୟମ ପାରିତ କରିଥିଲେ । ନିର୍ବାଚନ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ରଖାଯିବ ।
ଯେତେବେଳେ ଜଣେ ମହିଳା ନେତୃତ୍ୱ ନିଅନ୍ତି, ସେତେବେଳେ କେବଳ ସିଏ ଶସକ୍ତ ହୁଅନ୍ତି ନାହିଁ ବରଂ ସାରା ସମାଜକୁ ସଶକ୍ତ କରିଥାଆନ୍ତି । ‘ନାରୀଶକ୍ତି ବନ୍ଦନ’ ଅଧିନିୟମର କାର୍ଯ୍ୟକାରିତା ପାଇଁ ଆସନ୍ତା ୧୬, ୧୭ ଏବଂ ୧୮ରେ ସଂସଦରେ ସ୍ୱତନ୍ତ୍ର ଅଧିବେଶନ ବସିବ । ଏହି ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହେବ । ଲୋକସଭା ଏବଂ ବିଧାନସଭାରେ ସଦସ୍ୟ ସଂଖ୍ୟା ବୃଦ୍ଧି ପାଇବ । ୨୦୨୯ ସାଧାରଣ ନିର୍ବାଚନରେ ସ୍ୱତନ୍ତ୍ର ଭାବେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ରଖାଯିବ । ‘ନାରୀଶକ୍ତି ବନ୍ଦନ’ ଅଧିନିୟମ ଧୂଆଁବାଣ ନ ଥିଲା ବରଂ ମୋଦୀଙ୍କ ପାଇଁ ଥିଲା ପ୍ରତିବଦ୍ଧତା । ଭାରତୀୟ ଗଣତନ୍ତ୍ରରେ ମହିଳା କେବଳ ଭୋଟର୍ ନୁହଁନ୍ତି ବରଂ ଭାଗୀଦାରୀ ଅଟନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଗତ ୧୦ ବର୍ଷରେ ମୋଦୀଙ୍କ ନେତୃତ୍ୱରେ ମହିଳାଙ୍କ ଜୀବନଧାରଣ ମାନରେ ବ୍ୟାପକ ପରିବର୍ତ୍ତନ ଆସିଛି । ପିଏମ୍ ମୁଦ୍ରାରେ ୬୯%, ଷ୍ଟାଟ୍ ଅପ୍ ଇଣ୍ଡିଆରେ ୮୪% ଓ ପିଏମ୍ ଆୱାସରେ ୭୨% ମହିଳା ହିତାଧିକାରୀ ରହିଛନ୍ତି । ଭାରତରେ ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଏବଂ ଗଣିତରେ ୪୩% ଗ୍ରାଜୁଏଟ ଶିକ୍ଷା ହାସଲ କରିଛନ୍ତି । ପ୍ରାଥମିକ ଶିକ୍ଷାରେ ୫୫%ରୁ ୬୫% ହେଉଛନ୍ତି ଶିକ୍ଷକ ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ୪୫% ହେଉଛନ୍ତି ମହିଳା ଶିକ୍ଷକ ।
ବିକଶିତ ଭାରତ ପାଇଁ ସମୃଦ୍ଧ ଓଡ଼ିଶା ହେଉଛି ମୂଳ ଲକ୍ଷ୍ୟ । ସେଥିପାଇଁ ମହିଳାଙ୍କ ବିକାଶ ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା । ଏହା ଏକ ସହାୟତା ରାଶି ନୁହେଁ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବାର ଏକ ପ୍ରୟାସ । ପ୍ରତ୍ୟେକଟି ଘରେ ଆଜି ସମୃଦ୍ଧି ଆଣି ଦେଇଛି ।
ସେହିପରି ମୁଖ୍ୟମନ୍ତ୍ରୀ ଗର୍ବର ସହ କହିଥିଲେ ଯେ ରାଜ୍ୟରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆରମ୍ଭ ହୋଇଛି । ମୋର ଦୁର୍ଭାଗ୍ୟ ମୋର କନ୍ୟା ନାହିଁ, କିନ୍ତୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୨୦୧ କନ୍ୟାଙ୍କୁ କନ୍ୟା ଦାନ କରିବାର ସୁଯୋଗ ମିଳିଲା । ସେହିପରି ମାତୃବନ୍ଦନ ଯୋଜନା କାର୍ଯ୍ୟକାରୀ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ,ମହିଳା କମିଶନ ଅଧ୍ୟକ୍ଷା ସୋଭନା ମହାନ୍ତି ଓ ଲେଖିକା ପ୍ରତିଭା ରାୟ ପ୍ରମୁଖ୍ୟ ଯୋଗ ଦେଇଥିଲେ ।
ଅଧିକ ପଢ଼ନ୍ତୁ:-ଓଡ଼ିଶା ଜନତା କଂଗ୍ରେସ ଲୋକାର୍ପିତ, ଗୋଟିଏ ମଞ୍ଚରେ ସମସ୍ତ ଧର୍ମାବଲମ୍ବୀ, ଯୋଗ ଦେଲେ ସୋଫିଆ