ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ଲାଲବାହିନୀର ଆତଙ୍କ ଦେଖିବାକୁ ମିଳିଛି । ଆଇଇଡି ବିସ୍ଫୋରଣରେ ଦୁଇ ଜଣ ଇଣ୍ଡୋ-ତିବେତାନ ବୋର୍ଡର୍ ପୁଲିସ୍ (ITBP) ଯବାନ ଶହୀଦ ହୋଇଛନ୍ତି । ନାରାୟଣପୁର ଜିଲ୍ଲାରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରି ଫେରୁଥିବାବେଳେ ମୋହାନ୍ଦି ଗାଁ ନିକଟରେ ଆଇଇଡି ବିସ୍ଫୋରଣ ହୋଇଥିଲା । ଫଳରେ କିଛି ସୁରକ୍ଷା କର୍ମୀ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣ ଯବାନ ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷରେ ଆଉ ୨ ଜଣ ଯବାନ ଏବେବି ଚକିସ୍ଚାଧୀନ ଅଛନ୍ତି । ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋର ଦାର କରାଯାଇଛି ।