କେନ୍ଦ୍ରାପଡା : ପୂର୍ବତନ କେନ୍ଦ୍ରାପଡା ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ପରଲୋକ । ୬୫ ବର୍ଷ ବୟସରେ ଚିକିତ୍ସଧୀନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ଦେହାନ୍ତ ନେଇ ପୁଅ କଳିଙ୍ଗ କେଶରୀ ପରିଡ଼ାଙ୍କ ସୂଚନା ଦେଇଛନ୍ତି । ନିଜ ରାଜନୈତିକ କ୍ୟାରିଅରରେ ଉତ୍କଳ କେଶରୀ ଜଣେ ସଫଳ ରାଜନେତା ଥିଲେ । ଶ୍ରୀ ପରିଡ଼ା ଏନସିପି ଛାଡ଼ି ବିଜେପିରେ ଯୋଗଦାନ କରିଥିଲେ, ପରବର୍ତ୍ତୀ ସମୟରେ ସେ ବିଜେପିରୁ ଇସ୍ତଫା ପ୍ରଦାନ କରି ବିଜେଡ଼ିରେ ଯୋଗଦାନ କରିଥିଲେ । ଏହାପରେ ସେ ପାଟକୁରା ନିର୍ବାଚନ ମଣ୍ଡଳୀ ଲାଗି ବିଜେଡି ସଂଯୋଜକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।