ଭୁବନେଶ୍ଵରର ସୌଭାଗ୍ୟନଗରଠାରେ 'ମିଆ ବାୟ ତନିସ୍କ’ର ତୃତୀୟ ଏକ୍ସକ୍ଲୁସିଭ ବ୍ରାଣ୍ଡ୍ ଷ୍ଟୋର ଖୋଲିଛି। ନିଜର ଅଭିନବ କାରିଗରୀ ଏବଂ ଟ୍ରେଣ୍ଡି ଡିଜାଇନ ପାଇଁ ଜଣାଶୁଣା 'ମିଆ' ଓଡ଼ିଶାରେ ଏହାର ରିଟେଲ ଉପସ୍ଥିତି ବଢ଼ାଉଛି। ଏହି ନୂଆ ଷ୍ଟୋର ସହିତ ରାଜ୍ୟରେ 'ମିଆ'ର ଷ୍ଟୋର ସଂଖ୍ୟା ୭ରେ ପହଞ୍ଚିଛି। ଭୁବନେଶ୍ଵରରେ ଏହା ତାର ତୃତୀୟ ଷ୍ଟୋର। ଏଥିସହିତ ଓଡ଼ିଶାରେ ପୁନଃ ଉପସ୍ଥିତି ମଜଭୂତ କରିଛି ବ୍ରାଣ୍ଡ୍।
ଷ୍ଟୋରକୁ ଉଦ୍ଘାଟନ କରିଛନ୍ତି ‘ମିଆ ବାୟ ତନିସ୍କ’ର ରିଜିଓନାଲ ବିଜ୍ନେସ ହେଡ୍ ସୋମପ୍ରଭ କୁମାର ସିଂହ ଏବଂ ସର୍କଲ ବିଜ୍ନେସ ହେଡ୍ ଆଲୋକ ରଞ୍ଜନ। 'ମିଆ'ର ରିଟେଲ ସମ୍ପ୍ରସାରଣ ଯାତ୍ରାରେ ଏହା ଏକ ବଡ଼ ମାଇଲଖୁଣ୍ଟ। ପାର୍ବଣ ଅବସରରେ ଏହି ନୂଆ ଷ୍ଟୋରର ଉଦ୍ଘାଟନ ଗ୍ରାହକଙ୍କୁ ଆକ୍ସେସେବଲ ଏବଂ ପର୍ସନାଲାଇଜ୍ଡ ସପିଂ ଅନୁଭୂତି ପ୍ରଦାନ କରୁଛି। ଏହାସହିତ ପାର୍ବଣ ସପିଂର ଉପଯୁକ୍ତ ସ୍ଥଳ ଭାବେ ନୂଆ ଷ୍ଟୋରକୁ ଉପସ୍ଥାପନ କରିଛି ‘ମିଆ ବାୟ ତନିସ୍କ’। ପାର୍ବଣ ସେଲିବ୍ରେଶନକୁ ବଢ଼ାଇବା ପାଇଁ ଉଦ୍ଘାଟନୀ ଅଫର ଭାବେ ୨୦୨୪ ଅକ୍ଟୋବର ୩୧ ପର୍ଯ୍ୟନ୍ତ ୨୦% ପର୍ଯ୍ୟନ୍ତ ରିହାତି ଅଫର ରହିଛି।