ସମ୍ବଲପୁର: ଆଜି ସକାଳେ ସମ୍ବଲପୁର ବୁର୍ଲା ମୁଖ୍ୟ ରାସ୍ତାର ଭିସୁଟ ଏଟିଏମ୍ ନିକଟରେ ହଠାତ୍ ଏକ ଗଛ ଭାଙ୍ଗିଯିବାରୁ ଗଛର ଏକ ଡାଳ ରାସ୍ତା ଉପରେ ପଡିଯିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ସୁଚନା ଅନୁସାରେ, ଆଜି ସକାଳୁ ପ୍ରବଳ ବେଗରେ ପବନ ବୋହିବା ସହ ଘଡ଼ଘଡ଼ି ଏବଂ ବର୍ଷା ହୋଇଥିବା ବେଳେ ଗଛର ବଡ଼ ଡାଳଟି ରାସ୍ତା ଉପରେ ଭାଙ୍ଗି ପଡ଼ିଯାଇଥିବା ଦେଖିବାକୁ ମିଳିଥିଲା। ଏହାଫଳରେ ଏହି ମୁଖ୍ୟ ରାସ୍ତା ଦେଇ ଗୋଟିଏ ପଟରେ ସମ୍ବଲପୁରରୁ ବୁର୍ଲା ସହରକୁ ବହୁ ସମୟ ଧରି ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଏହାପରେ ସ୍ଥାନୀୟ ଲୋକଙ୍କ ଠାରୁ ସୁଚନା ପାଇବା ପରେ ବୁର୍ଲା ଅଗ୍ନିଶମ ସେବାକେନ୍ଦ୍ର ପକ୍ଷରୁ ଏକ ଟିମ୍ ଘଟଣାସ୍ଥଳକୁ ପହଞ୍ଚି କଟର୍ ମେସିନ ମାଧ୍ୟମରେ ରାସ୍ତା ଉପରେ ପଡ଼ିଥିବା ଗଛର ଡାଳକୁ କାଟି ହଟାଇବା ପରେ ଏହି ରାସ୍ତା ଦେଇ ସମ୍ବଲପୁର ଠାରୁ ବୁର୍ଲା ରାସ୍ତା ଦେଇ ଯାତାୟାତ ସ୍ୱାଭାବିକ ହୋଇଥିଡା ନେଇ ସୂଚନା ମିଳିଛି।