ମୁମ୍ବାଇ: ଲେବାନନ ଶନିବାର ଇସ୍ରାଏଲ ଉପରେ ଆକ୍ରମଣ କରିଛି । ଇସ୍ରାଏଲ ନ୍ୟୁଜ ପେପର ମୁତାବକ, ଲେବାନନ ପକ୍ଷରୁ ଡ୍ରୋନ ଆକ୍ରମଣ କରାଯାଇଛି । ଏହି ହମଲା ମଧ୍ୟଇସ୍ରାଏଲ ସହର କେସରିଆ ସ୍ଥିତ ଏକ ଘର ଉପରେ କରାଯାଇଥିଲା । କୁହାଯାଉଛି ନେତନ୍ୟାହୁଙ୍କୁ ଲକ୍ଷ୍ୟ କରି ଲେବାନନ ପକ୍ଷରୁ ଆକ୍ରମଣ କରାଯାଇଥିଲା । ତେବେ ନେତନ୍ୟାହୁଙ୍କ ଘର ସୁରକ୍ଷିତ ରହିଛି ।
ଇସ୍ରାଏଲ ଡିଫେନ୍ସ ଫୋର୍ସେସର କହିବା କଥା ଲେବାନନ ପକ୍ଷରୁ ତିନୋଟି ଡ୍ରୋନ ଆକ୍ରମଣ କରାଯାଇଥିଲା । ଏଥିରୁ ଗୋଟିଏ ଡ୍ରୋନ ମଧ୍ୟ ଇସ୍ରାଏଲ ସହର କେସରିଆରେ ଏକ କୋଠାକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିଲା । ଏହି ଡ୍ରୋନ ଯେଉଁଠି ଖସିଥିଲା, ସେଠାରେ କୋଠା କ୍ଷତିଗ୍ରସ୍ତ ହୋଇଛି । ତେବେ ଏହି ଆକ୍ରମଣରେ କୌଣସି ପ୍ରକାରର ମୃତାହତ ଖବର ନାହିଁ ।
ସ୍ଥାନୀୟ ପୋଲିସର କହିବା କଥା କେସରିଆ କ୍ଷେତ୍ରରେ ବିସ୍ଫୋରଣର ଶବ୍ଦ ଶୁଭିଥିଲା । ଲେବାନନ ପକ୍ଷରୁ ହୋଇଥିବା ଏହି ଆକ୍ରମଣର ଯାଞ୍ଚ କରାଯାଉଛି । ଇସ୍ରାଏଲ ମିଡିଆ ଏହା ମଧ୍ୟ କହିଛି ଯେ, ଆଇରନ ଡୋମ ଏହି ଡ୍ରୋନକୁ ରୋକିବାରେ ଅସମର୍ଥ ହୋଇଛି । ଇସ୍ରାଏଲୀ ମିଡିଆ ଏହା ଉପରେ ପ୍ରଶ୍ନ ମଧ୍ୟ ଉଠାଇଛି ।
ଇସ୍ରାଏଲ ସେନା ମୁତାବକ, ତିନି ଡ୍ରୋନ ଲେବାନନର ହାଇଫା ସହରରୁ ନିକ୍ଷେପ କରାଯାଇଥିଲା । ଏଥିରୁ କେବଳ ଦୁଇଟିର ସନ୍ଧାନ କରି ରୋକା ଯାଇଥିବା ବେଳେ ତୃତୀୟଟି କେସରିଆରେ ଏକ କୋଠା ଉପରେ ଯାଇ ପଡିଥିଲା । ଏଥିରେ ବିଶେଷ କ୍ଷୟକ୍ଷତି ଘଟି ନ ଥିବା ସେନା ପକ୍ଷରୁ କୁହାଯାଇଛି ।ସୂଚନାଯୋଗ୍ୟ, ଇସ୍ରାଏଲ ଗାଜା ସହ ଲେବାନନର ହିଜବୁଲ୍ଲା ସଂଗଠନ ଉପରେ ହମଲା କରି ଚାଲିଛି । ହିଜବୁଲ୍ଲାର ମୁଖ୍ୟ ନସରଲ୍ଲାର ମୃତ୍ୟୁ ପରେ ହମାସ ମୁଖ୍ୟକୁ ନିପାତ କରି ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାକୁ ଆହୁରି ବଢାଇ ଦେଇଛି ଇସ୍ରାଏଲ ।