କାଇରୋ: ଇସ୍ରାଏଲର ଆକ୍ରମଣରେ ୟାହ୍ୟା ସିନୱାର ନିହତ ହେବା ପରେ ହମାସ ଗାଜା ବାହାରେ କାହାକୁ ନିଜର ନେତା ଭାବେ ନିଯୁକ୍ତ କରିବାକୁ ବିଚାର କରୁଛି। ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧରେ ୟାହାଙ୍କ ଭାଇ ମହମ୍ମଦ ସିନୱାର ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ୟାହ୍ୟା ସିନୱାରଙ୍କ ସହଯୋଗୀ ଖଲିଲ ଅଲ-ହାୟାଙ୍କୁ ସମ୍ଭାବ୍ୟ ଉତ୍ତରାଧିକାରୀ ଭାବେ ଦେଖିବାକୁ ମିଳୁଛି।
ଅଲ୍-ହାୟା ବର୍ତ୍ତମାନ ହମାସର ମୁଖ୍ୟ ଆଲୋଚନାକାରୀ। ନେତୃତ୍ୱ ପାଇଁ ଅନ୍ୟ ଦାବିଦାରମାନଙ୍କ ମଧ୍ୟରେ ଇସ୍ମାଇଲ ହାନିଆଙ୍କ ପୂର୍ବବର୍ତ୍ତୀ ଖାଲିଦ ମେଶାଲ ଏବଂ ଶୁରା କାଉନସିଲ ଅଧ୍ୟକ୍ଷ ମହମ୍ମଦ ଦର୍ୱିଶ ଅଛନ୍ତି। ତିନି ମାସରୁ କମ୍ ସମୟ ମଧ୍ୟରେ ଦୁଇ ଜଣ ହାମାସ ନେତାଙ୍କୁ ହତ୍ୟା କରାଯାଇଛି।
ଅନେକ ବର୍ଷ ଧରି ହମାସର ନେତୃତ୍ୱ ନେଇଥିବା ଇସ୍ମାଇଲ ହାନିଆଙ୍କୁ ଜୁଲାଇ ୩୧ରେ ଇରାନରେ ହତ୍ୟା କରାଯାଇଥିଲା। ହମାସର ନେତୃତ୍ୱ ନେଇଥିବା ୟାହ୍ୟା ସିନୱାରଙ୍କୁ ବୁଧବାର ଇସ୍ରାଏଲ ସୈନିକମାନେ ହତ୍ୟା କରିଛନ୍ତି। ଯେତେବେଳେ ସିନୱାର ହାନିଆଙ୍କ ସ୍ଥାନ ନେଲେ, ସେ ଗାଜାରେ ଉଭୟ ସାମରିକ ଏବଂ ରାଜନୈତିକ ନେତୃତ୍ୱକୁ ଏକାଠି କରିଥିଲେ, କିନ୍ତୁ ଏଥର ତାହା ଅସମ୍ଭବ ମନେ ହେଉଛି।
ଗାଜାରେ ହମାସ ମୁଖ୍ୟ ୟାହ୍ୟା ସିନୱାରଙ୍କ ମୃତ୍ୟୁ ପରେ ଇସ୍ରାଏଲ ସେନା ସେଠାରେ ଏକ ନୂଆ ସେନା ୟୁନିଟ୍ ପଠାଇଛି। ଏହି ୟୁନିଟ୍ ଗାଜାର ସବୁଠାରୁ ବଡ଼ ଶରଣାର୍ଥୀ ଅଞ୍ଚଳ ଜାବାଲିଆରେ ଚାଲିଥିବା ଅପରେସନକୁ ସମର୍ଥନ କରିବ। ଇସ୍ରାଏଲ ସେନା ସେଠାରେ ସାଧାରଣ ଲୋକଙ୍କ ଯାତାୟାତ ବନ୍ଦ କରି ଟ୍ୟାଙ୍କ ସାହାଯ୍ୟରେ କାର୍ଯ୍ୟାନୁଷ୍ଠାନ ନେଉଛି। ଏହି ଅଞ୍ଚଳରେ ଇସ୍ରାଏଲ ସେନା ଦୈନିକ ବହୁ ସଂଖ୍ୟାରେ ବାୟୁ ଓ ସ୍ଥଳ ଆକ୍ରମଣ କରୁଛି।
ଅଧିକ ପଢ଼ନ୍ତୁ: ଆଜିଠୁ 'କର୍ମଯୋଗୀ ସପ୍ତାହ'