ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଜାତୀୟ ଶିକ୍ଷା ସପ୍ତାହ (ଏନ୍ଏଲ୍ ଡବ୍ଲ୍ୟୁ)ର ଶୁଭାରମ୍ଭ କରିବେ। ରାଜଧାନୀର ଡ. ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏନଏଲଡବ୍ଲୁ ହେଉଛି ଏକ ପ୍ରକାରର ପଦକ୍ଷେପ ଯାହା ସରକାରୀ କର୍ମଚାରୀଙ୍କୁ ବ୍ୟକ୍ତିଗତ ଏବଂ ସାଂଗଠନିକ ଦକ୍ଷତା ବିକାଶ ଦିଗରେ ପ୍ରେରିତ କରିବ।
ଏନଏଲଡବ୍ଲୁର ଉଦ୍ଦେଶ୍ୟ ହେଉଛି ସରକାରୀ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଏବଂ ଶିକ୍ଷାକୁ ପ୍ରୋତ୍ସାହିତ କରିବା। ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରତ୍ୟେକ ସରକାରୀ କର୍ମଚାରୀ ସପ୍ତାହରେ ୪ ଘଣ୍ଟା ମେଧା ସମ୍ବନ୍ଧୀୟ ଶିକ୍ଷା ଗ୍ରହଣ କରିବା ବାଧ୍ୟତାମୂଳକ ହେବ। ନିର୍ଦ୍ଦିଷ୍ଟ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗ କର୍ମଶାଳା ଓ ସେମିନାର ଆୟୋଜନ କରିବେ। ସେପ୍ଟେମ୍ବର ୨୦୨୦ରେ ମିଶନ କର୍ମଯୋଗୀର ଶୁଭାରମ୍ଭ କରାଯାଇଥିଲା।
ଏହି ପଦକ୍ଷେପ ଶିକ୍ଷା ଏବଂ ବିକାଶ ପାଇଁ ଏକ ନୂତନ ପ୍ରତିବଦ୍ଧତାକୁ ପ୍ରୋତ୍ସାହିତ କରିବ। ଏନଏଲଡବ୍ଲ୍ୟୁର ଲକ୍ଷ୍ୟ ହେଉଛି "ଗୋଟିଏ ସରକାର"ର ବାର୍ତ୍ତା ପହଞ୍ଚାଇବା, ସମସ୍ତଙ୍କୁ ଜାତୀୟ ଲକ୍ଷ୍ୟ ସହିତ ଯୋଡ଼ିବା ଏବଂ ଜୀବନବ୍ୟାପୀ ଶିକ୍ଷାକୁ ପ୍ରୋତ୍ସାହିତ କରିବା। ଅଂଶଗ୍ରହଣକାରୀ ଏବଂ ମନ୍ତ୍ରାଳୟ, ବିଭାଗ ଏବଂ ଅନୁଷ୍ଠାନର ସହଯୋଗରେ ବିଭିନ୍ନ ଫର୍ମ ମାଧ୍ୟମରେ ଶିକ୍ଷାଦାନ ପାଇଁ ଏନଏଲଡବ୍ଲୁ ସମର୍ପିତ ହେବ।
ଜାତୀୟ ଶିକ୍ଷା ସପ୍ତାହ କାର୍ଯ୍ୟକ୍ରମରେ ପ୍ରତ୍ୟେକ କର୍ମୀ ଅତି କମରେ ୪ ଘଣ୍ଟିଆ ଦକ୍ଷତା ଭିତ୍ତିକ ଶିକ୍ଷାର ଲକ୍ଷ୍ୟ ହାସଲ ପାଇଁ ପ୍ରତିଶ୍ରୁତିବଦ୍ଧ ହେବେ। ନିର୍ଦ୍ଦିଷ୍ଟ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ କର୍ମଶାଳା ଓ ସେମିନାର ଆୟୋଜନ କରିବେ। ପ୍ରତିଯୋଗୀମାନେ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ଆଇଜିଓଟି ମଡ୍ୟୁଲ ଏବଂ ୱେବିନାର (ପବ୍ଲିକ୍ ଲେକ୍ଚର/ ମାଷ୍ଟରକ୍ଲାସ) ମାଧ୍ୟମରେ ଲକ୍ଷ୍ୟ ଧାର୍ଯ୍ୟ ସମୟ ପୂରଣ କରିପାରିବେ।
ଏହି ଅବସରରେ ବିଶିଷ୍ଟ ବକ୍ତାମାନେ ନିଜ ନିଜ କ୍ଷେତ୍ର ସହ ଜଡିତ ବିଷୟ ଉପରେ ମତାମତ ପ୍ରଦାନ କରିବା ସହ ନାଗରିକ କେନ୍ଦ୍ରୀତ ସେବା ପ୍ରଦାନ ଦିଗରେ ଅଧିକ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରିବାରେ ସାହାଯ୍ୟ କରିବେ। ଏହି ସମୟରେ ମନ୍ତ୍ରଣାଳୟ, ବିଭାଗ ଓ ଅନୁଷ୍ଠାନ ଗୁଡ଼ିକ କ୍ଷେତ୍ର ଭିତ୍ତିକ ଦକ୍ଷତା ବୃଦ୍ଧି ପାଇଁ ସେମିନାର ଓ କର୍ମଶାଳା ଆୟୋଜନ କରିବେ।
ଅଧିକ ପଢ଼ନ୍ତୁ: ୮୭୩ ଦିନ ପରେ ଆପ ନେତାଙ୍କୁ ବଡ ଆଶ୍ୱସ୍ତି