ଖଲ୍ଲିକୋଟ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ବୋମା ମାଡ଼ କରାଯାଇଛି । ସ୍ୱର୍ଗତ ଦିଲ୍ଲୀପ ପାହାନଙ୍କ ଟାଇଲ୍ସ ଦୋକାନ ଉପରକୁ ଗତକାଲି ରାତିରେ ଦୁର୍ବୃତ୍ତମାନେ ବୋମା ମାଡ଼ କରି ଫେରାର ହୋଇଯାଇଛନ୍ତି । ଏଥିରେ କାହାର କୌଣସି କ୍ଷତି ହୋଇ ନ ଥିବାବେଳେ ଦୋକାନ କ୍ଷତିଗ୍ରସ୍ତ ହୋଇଛି । ରାଜନୈତିକୁ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼ କର ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ସାକ୍ଷୀଙ୍କୁ ଭୟଭୀତ କରିବାକୁ ଏପରି କରାଯାଇଥିବା କୁହାଯାଉଛି ।
ସାଧାରଣ ନିର୍ବାଚନ ପୂର୍ବରୁ ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁରରେ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କୁ ହତ୍ୟା କରାଯାଇଥିଲା । ବିଜେପି କର୍ମୀଙ୍କୁ ରାଜନୈତିକ କାରଣରୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ପୁଲିସ ୨୧ ଜଣଙ୍କୁ ଗିରଫ କରିଥିଲା । ଏସ୍ଆଇଟିକୁ ଏହି ହତ୍ୟାକାଣ୍ଡର ତଦନ୍ତଭାର ନ୍ୟସ୍ତ କରାଯାଇଥିଲା ।