ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ସେଲୁନରେ ଚାଲିଛି ଅନୈତିକ କାର୍ଯ୍ୟ । ଯୁବତୀଙ୍କୁ ଚାକିରି ଦେବା ବାହାନାରେ ଅନୈତିକ କାର୍ଯ୍ୟ କରିବାକତୁ କରାଯାଉଛି ବାଧ୍ୟ । ଭଉଣୀକୁ ଏହି ନର୍କରୁ ଉଦ୍ଧାର କରିବାକୁ ଆସିଥିବା ବେଳେ ଭାଇ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଭୁବନେଶ୍ୱର ରବି ଟକିଜ୍ ନିକଟରେ ଥିବା ଏକ ସେଲୁନ୍ ଆଣ୍ଡ୍ ସ୍ପାରେ ଜଣେ ଯୁବତୀ ଚାକିରି କରିବାକୁ ଆସିଥିଲେ । ମାତ୍ର ଯୁବତୀଙ୍କୁ ଅନୈତିକ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିଲା । ଏ ନେଇ ସମ୍ପୃକ୍ତ ଯୁବତୀ ଜଣକ ପରିବାର ଲୋକଙ୍କୁ ଜଣାଇଥିଲେ । ତାଙ୍କ ଭାଇ ସ୍ପାରେ ପହଁଚି ଭଉଣୀକୁ ନେବାକୁ ଚେଷ୍ଟା କରିଥିଲେ । ମାତ୍ର ସ୍ପାର ମାଲିକ ତାଙ୍କୁ ଆକ୍ରମଣ କରିଥିଲେ ।
ଯୁବତୀ ଜଣକ ଚିତ୍କାର କରିବାରୁ ପଡ଼ୋଶୀ ଲୋକ ରୁଣ୍ଡ ହୋଇ ଯାଇଥିଲେ । ସେମାନେ ଭାଇ ଏବଂ ଭଉଣୀକୁ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ । ପୁଲିସ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହା ସହିତ ସେଲୁନରେ ଯାଞ୍ଚ ଆରମ୍ଭ କରିଥିଲେ । ଯାଞ୍ଚ ବେଳେ ପୁଲିସକୁ ସେଲୁନ ଭିତରୁ ଅନେକ ଆପତ୍ତି ଜନକ ଜିନିଷ ମିଳିଥିବା ଜଣାପଡ଼ିଛି । ପୁଲିସ ସମ୍ପୃକ୍ତ ସ୍ପାରେ ତାଲା ମାରି ତଦନ୍ତ ଆରମ୍ଭ କରିଛି ।