ପୁରୀ: ଶ୍ରୀମନ୍ଦିର ସମ୍ମୁଖରେ ସେବାୟତଙ୍କୁ ଆକ୍ରମଣ । ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ସିନିୟର ସୁପର ଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ କରାଯାଇଛି । ମନ୍ଦିରର ପଶ୍ଚିମ ଦ୍ୱାର ନିକଟରେ ଜଣେ ଦୁର୍ବୃତ୍ତ ତାଙ୍କୁ ଭୁଜାଲିରେ ହାଣି ଦେଇଥିବା ଜଣାପଡ଼ିଛି । ଗୁରୁତର ସେବାୟତଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ହାତ, ପିଠି ଏବଂ କାନ୍ଧରେ ଗଭୀର ଆଘାତ ଲାଗିଛି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମେଡ଼ିକାଲ ଯାଇ ସ୍ଥିତି ପରଖିଛନ୍ତି । ତେବେ ସେବାୟତଙ୍କୁ କିଏ ଏବଂ କାହିଁକି ଆକ୍ରମଣ କରିଛି ଜଣାପଡ଼ି ନ ଥିବାବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି ।