ବ୍ରହ୍ମପୁର: ବ୍ରହ୍ମପୁର ନିକଟ ଫୁଲଟା ପଞ୍ଚାୟତର ଜଣେ ସରପଞ୍ଚଙ୍କ ଘରକୁ ବୋମା ମାଡ଼ । ସରପଞ୍ଚ ମମତା ନାହାକଙ୍କ ଘର ଉପରକୁ ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ବୋମା ମାଡ କରି ଫେରାର ହୋଇଯାଇଛନ୍ତି । ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣା ପଡ଼ିଛି । ବୋମା ମାଡ଼ ପରେ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି । ସେଥିପାଇଁ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ରାଜନୈତିକ ଶତ୍ରୁତା ନା ଅନ୍ୟ କିଛି କାରଣ ତାହା ସ୍ପଷ୍ଟ ହୋଇପାରିନାହିଁ । ଗ୍ରାମରେ କିଛିଦିନ ହେଲା ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।