ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ଜିମ୍ ମାଲିକଙ୍କ ହତ୍ୟା କାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ଦିଲ୍ଲୀ ପୁଲିସ ଏନକାଉଣ୍ଟର କରିଛି । ମଥୁରାରେ ଏନକାଉଣ୍ଟର ପରେ ପୁଲିସ ଗିରଫ କରିଥିବା ଜଣାପଡ଼ିଛି । ଆହତ ସୁଟର ହେଲା ଉତ୍ତର ପ୍ରଦେଶର ବନ୍ଦାୟୁର ଯୋଗେଶ । ସେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ହାସିମ ବାବା ଗ୍ୟାଙ୍ଗରେ ମଧ୍ୟ କାମ କରେ । ତା ବାମ ଗୋଡ଼ରେ ଗୁଳି ବାଜିଛି । ତାକୁ ଗୁରୁତତ ଅବସ୍ଥାରେ ମେଡ଼ିକାରେ ଭର୍ତ୍ତି କରାଯାଇଛି ।
ସେପ୍ଟେମ୍ବର ୧୨ ତାରିଖରେ ଦିଲ୍ଲୀର ଜଣେ ଜିମ୍ ମାଲିକକୁ ଗୁଳି କରି ହତ୍ୟା କରାଯାଇଥିଲା । ଦିଲ୍ଲୀ ପୁଲିସ ଅକ୍ଟୋବର ୧୨ ତାରିଖରେ ପ୍ରଥମ ଅଭିଯୁକ୍ତ ରାଜୁକୁ ଗିରଫ କରିଥିଲେ । ଏହା ପରେ ଯୋଗେଶ ବିଷୟରେ ପୁଲିସ ତଥ୍ୟ ମିଳିଥିଲା । ଏହା ପରେ ଦିଲ୍ଲୀ ଏବଂ ମଥୁରା ପୁଲିସର ମିଳିତ ଉଦ୍ୟମରେ ତାକୁ ଧରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ମଥୁରାରେ ଜାତୀୟ ରାଜପଥ ଉପରେ ଯୋଗେଶକୁ ପୁଲିସ ଧରିଥିଲା । ଭୋର ପ୍ରାୟ ୪ଟା ସମୟରେ ରେଳ ଷ୍ଟେସନ ନିକଟସ୍ଥ ଆଗ୍ରା-ମଥୁରା ରାଜପଥର ସର୍ବସ୍ ରୋଡରେ ସେ ଏକ ବାଇକରେ ଯାଉଥିବା ପୁଲିସ ଦେଖିବାକୁ ପାଇଥିଲା । ଖସି ପଳାଉଥିବା ସମୟରେ ପୁଲିସ ଏନକାଉଣ୍ଟର କରିଥିଲା । ତା ବାମ ଗୋଡ଼ରେ ଗୁଳି ବାଜିଛି । ମଥୁରାରେ ଆଉ ହତ୍ୟା କାଣ୍ଡ ପାଇଁ ସେ ଯୋଜନା ପ୍ରସ୍ତୁତ କରୁଥିଲା ବୋଲି ପୁଲିସକୁ ସୂଚନା ମିଳିଛି ।
ସେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ପାଇଁ କାମ କରୁଛି ବୋଲି ଜଣାପଡ଼ିଛି । ତେବେ ଗତକାଲି ମଧ୍ୟ ଲରେନ୍ସ ଗ୍ୟାଙ୍ଗର ଆଉ ଜଣ ସୁଟର୍ କୁ ମୁମ୍ବାଇ ପୁଲିସ ହରିୟାଣାରୁ ଗିରଫ କରିଛି । ସଲମାନ ଖାନଙ୍କ ଘର ଉପରେ ଗୁଳି ମାଡ଼ କରିବା ଅଭିଯୋଗରେ ତାକୁ ଗିରଫ କରାଯାଇଛି ।