ୱାଶିଂଟନ୍: ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଅକ୍ଟୋବର ୧୬ରେ ଏକ ଟ୍ୟାଙ୍କ ସହ ଏକ କୋଠା ଉପରେ ଆକ୍ରମଣ କରି ୩ ଜଣଙ୍କ ମୃତ୍ୟୁ ହୋଇଥିବା କହିବା ପରେ ଇସ୍ରାଏଲ ଗୁରୁବାର ହମାସର ସବୁଠାରୁ ଭୟଙ୍କର ନେତା ୟାହ୍ୟା ସିନ୍ୱାରଙ୍କ ମୃତ୍ୟୁକୁ ନିଶ୍ଚିତ କରିଛି। ସେମାନଙ୍କ ମଧ୍ୟରୁ ଜଣେ ୟାହ୍ୟା ସିନ୍ୱାର ଥିଲେ ବୋଲି କହିଛି। ତେବେ ଏହାକୁ ନେଇ ଇସ୍ରାଏଲ ସେନା ମଧ୍ୟ ଦ୍ୱନ୍ଦ୍ୱରେ ଥିବାରୁ ସେମାନେ ଡିଏନଏର ସାହାରା ନେଇଥିଲେ।
ହାମାସ ନେତାଙ୍କ ମୃତ୍ୟୁ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହୋଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜର୍ମାନୀ ଯାଉଥିବା ବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନଙ୍କୁ ଫୋନ କରିଛନ୍ତି।
ଆମେରିକା ରାଷ୍ଟ୍ରପତି ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ମଧ୍ୟ ଇସ୍ରାଏଲର ସୁରକ୍ଷା ସୁନିଶ୍ଚିତ ହେବା ସହିତ ଯୁଦ୍ଧ ଶେଷ ହେବା ଏବଂ ହାମାସ୍ ଗାଜାକୁ କେବେ ବି ନିୟନ୍ତ୍ରଣ କରିପାରିବ ନାହିଁ ବୋଲି ଜୋର ଦେଇ କହିଛନ୍ତି। ଆଗାମୀ ଦିନରେ ସେମାନେ ସିଧାସଳଖ ଏବଂ ସେମାନଙ୍କଜାତୀୟ ସୁରକ୍ଷା ଟିମ୍ ଜରିଆରେ ଘନିଷ୍ଠ ଯୋଗାଯୋଗରେ ରହିବାକୁ ରାଜି ହୋଇଛନ୍ତି। ଗତ ଏକ ବର୍ଷ ଧରି ଯୁଦ୍ଧ ଆରମ୍ଭ ହେବା ପରଠାରୁ ଆମେରିକା ଇସ୍ରାଏଲକୁ ସବୁ ପ୍ରକାର ସାହାଯ୍ୟ କରିଆସୁଛି। ତେଣୁ ଦୁଇ ଦେଶ ପରସ୍ପର ସହ ସବୁବେଳେ ଯୋଡ଼ି ହୋଇ ରହିଛନ୍ତି।
ସବୁ କ୍ଷେତ୍ରରେ ଆମେରିକା ଇସ୍ରାଏଲ ସହ ଛିଡ଼ା ହୋଇଛି। ଏପରିକି ଯୁଦ୍ଧ ସମୟରେ ମଧ୍ୟ ରାଷ୍ଟ୍ରପତି ବାଇଡେନ୍ ଗତବର୍ଷ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ, ଯେଉଁଠାରେ ସେ ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା କରିଥିଲେ।