କିଭ୍: ରୁଷ୍ ସହ ଅଢ଼େଇ ବର୍ଷ ଧରି ଯୁଦ୍ଧ ଲଢୁଥିବା ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ବୁଧବାର ନିଜର ବହୁ ପ୍ରତୀକ୍ଷିତ ବିଜୟ ଯୋଜନା ଘୋଷଣା କରିଛନ୍ତି। ସଂସଦରେ ବିଜୟ ଯୋଜନା ଘୋଷଣା କରି ସେ କହିଛନ୍ତି ଯେ ଆମର ପ୍ରମୁଖ ସହଯୋଗୀ ଆମେରିକାରେ ନଭେମ୍ବର ୫ ରେ ହେବାକୁ ଥିବା ନିର୍ବାଚନ ପାଇଁ ଆମକୁ ଏକଜୁଟ ରହିବାକୁ ପଡ଼ିବ। ଏହି ବିଜୟ ଯୋଜନାକୁ ନେଇ ରୁଷ୍ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏବେ ଆମେରିକା ଓ ନାଟୋ ମଧ୍ୟରେ ସିଧାସଳଖ ମୁହାଁମୁହିଁ ହେବାର ସମ୍ଭାବନା ରହିଛି ବୋଲି ରୁଷ୍ କହିଛି।
ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଜେଲେନସ୍କି ଗୁରୁବାର ନାଟୋ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବେ। ଇତିମଧ୍ୟରେ ଆମେରିକା ୟୁକ୍ରେନ ପାଇଁ ୪୨୫ ନିୟୁତ ଡଲାରର ସାମରିକ ସହାୟତା ଘୋଷଣା କରିଛି। ଜେଲେନସ୍କି ସାଂସଦମାନଙ୍କୁ କହିଛନ୍ତି ଯେ ତାଙ୍କ ଯୋଜନାରେ ପାଞ୍ଚଟି ମୁଖ୍ୟ ପଏଣ୍ଟ ଅନ୍ତର୍ଭୁକ୍ତ । ଅନ୍ୟତମ କଥା ହେଉଛି ନାଟୋରେ ନିଃସର୍ତ୍ତ ଯୋଗ ଦେବା ଏବଂ ନିର୍ଦ୍ଦିଷ୍ଟ ଅସ୍ତ୍ରଶସ୍ତ୍ର ହାସଲ କରିବା। ଏହାର ଦାୟିତ୍ୱ ଆମ ସହଯୋଗୀଙ୍କ ଉପରେ ରହିଛି।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ବୁଧବାର ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ବାର୍ତ୍ତା କରି ୪୨୫ ନିୟୁତ ଡଲାରର ନୂତନ ସାମରିକ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ସପୋର୍ଟ ପ୍ୟାକେଜରେ ଏୟାର ଡିଫେନ୍ସ କ୍ଷମତା, ଆକାଶରୁ ସ୍ଥଳକୁ ଅସ୍ତ୍ର ଶସ୍ତ୍ର, ବଜ୍ରକାପ୍ତା ଯାନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ଅନ୍ତର୍ଭୁକ୍ତ।
ଜାପାନରେ ଆମେରିକା ପରମାଣୁ ଅସ୍ତ୍ର ଶସ୍ତ୍ର ମୁତୟନ କଲେ ଆଞ୍ଚଳିକ ଅସ୍ଥିରତା ଦୂର ହେବା ସହ ପରବର୍ତ୍ତୀ ସମୟରେ ଶାନ୍ତି ପ୍ରତି ବିପଦ ସୃଷ୍ଟି ହେବ ବୋଲି ରୁଷ୍ ଚେତାବନୀ ଦେଇଛି। ରୁଷ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା କହିଛନ୍ତି ଯେ ଆମେରିକା ଏସୀୟ ନାଟୋ ପାଇଁ ଏକ ଢାଞ୍ଚା ପ୍ରସ୍ତୁତ କରିବାକୁ କାମ କରୁଛି ଯାହା ଏହି ଅଞ୍ଚଳ ପାଇଁ କ୍ଷତିକାରକ ହେବ।
ଅଧିକ ପଢ଼ନ୍ତୁ: ବିମାନ, ଯାତ୍ରୀ ସୁରକ୍ଷା ପାଇଁ ମୁତୟନ ହେବେ ଅଧିକ ଏୟାର ମାର୍ଶଲ