ନୂଆଦିଲ୍ଲୀ: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ମାମଲାରେ କାନାଡର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜର ମୁଖା ହିଁ ନିଜେ ଖୋଲିଛନ୍ତି । ସେ ବୁଧବାର ସ୍ୱୀକାର କରିଛନ୍ତି ଯେ, ଏହି ମାମଲାରେ କାନାଡା ପାଖରେ ବଳିଷ୍ଠ ପ୍ରମାଣ ନାହିଁ । ମାମଲାରେ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା । ଯଦି ପ୍ରମାଣ ଅଛି ଦେବା ପାଇଁ ଭାରତକୁ କୁହାଯାଇଥିଲା । କାରଣ ସେହି ସମୟରେ କାନାଡା ପାଖରେ ପ୍ରମାଣ ନୁହେଁ କେବଳ ଗୁଇନ୍ଦା ସୂଚନା ଥିଲା ।
ଖାଲିସ୍ତାନୀ ଆତଙ୍କବଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ଉପରେ କାନାଡାର ପ୍ରଧାନମନ୍ତ୍ରୀ ଟ୍ରୁଡୋ କହିଛନ୍ତି, ନିଜ୍ଜର ହତ୍ୟା ମାମଲାରେ କୌଣସି ଠୋସ୍ ପ୍ରମାଣ ନାହିଁ, କେବଳ ଗୁଇନ୍ଦା ସୂଚନା ଆଧାରରେ ଆମେ ଅଭିଯୋଗ କରିଥିଲୁ। ନିଜ୍ଜର ହତ୍ୟା ମାମଲାରେ ଆମେ ଭାରତକୁ କୌଣସି ପ୍ରମାଣ ଦେଇପାରିନାହିଁ । ଏନେଇ ଖୋଦ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ମାନିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ଟ୍ରୁଡୋ କହିଛନ୍ତି ଯେ, ‘ଭାରତକୁ ମାମଲାରେ ସହଯୋଗ କାନାଡା କହିଥିଲା। ପରବର୍ତ୍ତୀ ତଦନ୍ତ ପାଇଁ ଭାରତୀୟ ସୁରକ୍ଷା ଏଜେନ୍ସିକୁ ଆମ ସହ ସହଯୋଗ କରିବାକୁ କହିଥିଲୁ । କାରଣ ସେତେବେଳେ ଆମ ପାଖରେ କୌଣସି ପ୍ରମାଣ ନ ଥିଲା । କେବଳ ଗୁଇନ୍ଦା ସୂଚନା ଥିଲା ।’ ନିଜ୍ଜର ହତ୍ୟା ମାମଲାରେ ବିଦେଶୀ ହସ୍ତକ୍ଷେପ ନେଇ ତଦନ୍ତ ସମୟରେ ସାକ୍ଷ୍ୟ ଦେଇ ଟ୍ରୁଡୋ କହିଛନ୍ତି, ଭାରତ ଉପରେ ସାର୍ବଜୀନନ ଭାବରେ ଅଭିଯୋଗ ଆଣିବା ସମୟରେ କେବଳ ଗୁଇନ୍ଦା ସୂଚନା ଥିଲା, କୌଣସି ଠୋସ୍ ପ୍ରମାଣ ନଥିଲା ।
ସେ ଏହା ମଧ୍ୟ କହିଛନ୍ତି ଯେ, ‘ପ୍ରଥମେ ନିଜ୍ଜର ହତ୍ୟା ମାମଲାରେ ଗୁଇନ୍ଦା ଏଜେନ୍ସି ଦ୍ବାରା ସୂଚନା ଦିଆଯାଇଥିଲା ଯେ ଏଥିରେ ସରକାର ସାମିଲ ଅଛନ୍ତି । ଲୌଣସି ଅନ୍ତର୍ଜାତୀୟ ସଂପୃକ୍ତି ନାହିଁ । କିନ୍ତୁ ଅଗଷ୍ଟରେ କାନାଡା ଏବଂ ଦି ଫାଇଭ୍ ଆଇଜ୍ ପାଖରୁ ମିଳିଥିବା ଗୁଇନ୍ଦା ସୂଚନା ଅନୁସାରେ ଭାରତ ସଂପୃକ୍ତି କଥା ସାମ୍ନାକୁ ଆସିଥିଲା । ସେତେବେଳେ ଆମେ ଗୁଇନ୍ଦା ସୂଚନା ଆଧାରରେ ଏନେଇ ଭାରତ ସରକାରଙ୍କୁ ଜଣାଇଥିଲୁ ।’
ସେପଟେ ଜଷ୍ଟିନ ଟ୍ରୁଡୋ ଲରେନ୍ସ ବିଷ୍ଣୋଇର ନାଁ ନେଇଛନ୍ତି । ସେ କହିଛନ୍ତି, ବିଶ୍ବସନୀୟ ପ୍ରମାଣ ଅଛି ଯେ, ନିଜ୍ଜର ହତ୍ୟା ମାମଲାରେ ଭାରତୀୟ ଏଜେଣ୍ଟ ସାମିଲ ଥିଲେ । ଏହା ସହ ଭାରତୀୟ କୂଟନୀତିଜ୍ଞ କାନାଡାର ଲୋକମାନଙ୍କ ସୂଚନା ଏକତ୍ର କରୁଥିଲେ ଏବଂ ଏହାକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଦେଉଥିଲେ ବୋଲି ଟ୍ରୁଡୋ ଅଭିଯୋଗ କରିଛନ୍ତି ।
ଟ୍ରୁଡୋ କହିଛନ୍ତି, ମୁଁ ଜି-୨୦ରେ ଶେଷ ଆଡକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସଙ୍ଗ ଉଠାଇଥିଲି ଏବଂ ଜଣାଇଥିଲି ଯେ, ମାମଲାରେ ଭାରତର ସଂପୃକ୍ତି ରହିଛି । କାନାଡାରେ ଅନେକ ଲୋକ ଭାରତ ସରକାରଙ୍କ ବିରୋଧରେ କହୁଛନ୍ତି ଏବଂ ସେମାନଙ୍କୁ ଗିରଫ ହେବାକୁ ଦେଖିବାକୁ ଚାହାନ୍ତି ଭାରତ ସରକାର । ହେଲେ ଭାରତ ସରକାର ଆମର ଅଖଣ୍ଡତାର ସମାଲୋଚନା କରୁଛନ୍ତି । ଏପରିକି ନିଜ ଦେଶର ସାଂସଦ ଉପରେ ମଧ୍ୟ ଅଭିଯୋଗ କରିଛନ୍ତି ଜଷ୍ଟିନ ଟ୍ରୁଡୋ ।