ଇସଲାମାବାଦ: ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ (ଏସସିଓ))ରେ ଯୋଗ ଦେବା ପାଇଁ ପାକିସ୍ତାନର ଇସଲାମାବାଦରେ ପହଞ୍ଚିଥିବା ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବିଭିନ୍ନ ଦେଶର ପ୍ରତିନିଧିଙ୍କ ସହ ସରକାରୀ ବୈଠକ ବ୍ୟତୀତ ଖାଲି ସମୟରେ ଅନ୍ୟ ଗତିବିଧିରେ ନିୟୋଜିତ ହୋଇଛନ୍ତି।
ବୁଧବାର (୧୬ ଅକ୍ଟୋବର ୨୦୨୪) ସକାଳେ ଏସ ଜୟଶଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏଭଳି ଏକ ଫଟୋ ସେୟାର କରି ଲେଖିଛନ୍ତି, "ଆମ ହାଇକମିଶନ ପରିସରରେ ଭାରତ-ପାକିସ୍ତାନ ଦଳର ସହଯୋଗୀଙ୍କ ସହ ମର୍ଣ୍ଣିଂ ୱାକ୍ କରିଛୁ।
ପାକିସ୍ତାନର ଜିନ୍ନା କନଭେନ୍ସନ୍ ସେଣ୍ଟରରେ ବୁଧବାର (୧୬ ଅକ୍ଟୋବର ୨୦୨୪) ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ଶିଖର ସମ୍ମିଳନୀର ଦ୍ୱିତୀୟ ଦିନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ସ୍ୱାଗତ ଭାଷଣ ଦେବେ ଏବଂ ପ୍ରତ୍ୟେକ ନେତାଙ୍କୁ ସ୍ୱାଗତ କରିବେ। ପ୍ରଧାନମନ୍ତ୍ରୀ ସରିଫଙ୍କ ଉଦ୍ଘାଟନୀ ଭାଷଣ ପରେ ଏକ ଗ୍ରୁପ୍ ଫଟୋ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ଶେହବାଜ ସରିଫଙ୍କ ସ୍ୱାଗତ ଭାଷଣ ପରେ ଅଧିବେଶନରେ ଅନେକ ଦସ୍ତାବିଜ ସ୍ୱାକ୍ଷରିତ ହେବ ଏବଂ ଏହା ପରେ ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଇଶାକ ଡାର୍ ଏବଂ ଏସସିଓ ମହାସଚିବ ଜାଙ୍ଗ ମିଙ୍ଗ ଗଣମାଧ୍ୟମକୁ ସମ୍ବୋଧିତ କରିବେ। ଅଧିବେଶନ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସରକାରୀ ମଧ୍ୟାହ୍ନ ଭୋଜନର ଆୟୋଜନ କରିବେ।
ଏହି ଶିଖର ସମ୍ମିଳନୀରେ ଇରାନର ପ୍ରଥମ ଉପରାଷ୍ଟ୍ରପତି ଏବଂ ମଙ୍ଗୋଲିଆର ପ୍ରଧାନମନ୍ତ୍ରୀଙ୍କ ସମେତ ଭାରତ, ଚୀନ, ରୁଷିଆ, ବେଲାରୁସ୍, କାଜାଖସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନର ପ୍ରତିନିଧିମାନେ ଅଂଶଗ୍ରହଣ କରୁଛନ୍ତି। କ୍ୟାବିନେଟର ଉପାଧ୍ୟକ୍ଷ ଏବଂ ତୁର୍କମେନିସ୍ତାନର ବୈଦେଶିକ ମନ୍ତ୍ରୀ ମଧ୍ୟ ବିଶେଷ ଅତିଥି ଭାବେ ଯୋଗଦେଇଛନ୍ତି।
ଆଜିର ଅଧିବେଶନରେ ଅର୍ଥନୈତିକ ସହଯୋଗ, ବାଣିଜ୍ୟ, ପରିବେଶ ପ୍ରସଙ୍ଗ ଏବଂ ସାମାଜିକ-ସାଂସ୍କୃତିକ ସମ୍ପର୍କ ଉପରେ ଆଲୋଚନା ହେବ ବୋଲି ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏସସିଓ ସଦସ୍ୟମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ଏବଂ ସଂଗଠନର ବଜେଟକୁ ଅନୁମୋଦନ କରିବା ପାଇଁ ନେତାମାନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଛି।
ଅଧିକ ପଢ଼ନ୍ତୁ: ଶେହବାଜ ସରିଫଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର