ନୂଆଦିଲ୍ଲୀ: ଡେରା ସଚ୍ଚା ସୌଦାର ପ୍ରମୁଖ ଗୁରମିତ ରାମ ରହିମଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ବଡ ଝଟକା । ସର୍ବୋଚ୍ଚ ନ୍ୟାୟାଳୟ ୯ ବର୍ଷ ପୁରୁଣା ଅପ୍ରବିତ୍ରୀକରଣ ମାମଲାରେ ରାମ ରହିମଙ୍କ ବିରୋଧରେ ମୋକଦ୍ଦମା ଚଳାଇବାକୁ ଆଦେଶ ଦେଇଛନ୍ତି । ସବୁଠୁ ବଡ କଥା ପଞ୍ଜାବ ଓ ହରିୟାଣା ହାଇକୋର୍ଟ ରାମ ରହିମଙ୍କ ବିରୋଧରେ ମୋକଦ୍ଦମା ଚଳାଇବା ଉପରେ ରୋକ୍ ଲଗାଇଥିଲେ, ଯାହାକୁ ଶୁକ୍ରବାର ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି । ଏବେ ରାମ ରହିମ ବିରୋଧରେ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ହାଇକୋର୍ଟଙ୍କ ଦ୍ୱାରା ମୋକଦ୍ଦମା ଚଳାଇବା ଉପରେ ରୋକ୍ ଲଗା ଯିବାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପଞ୍ଜାବ ସରକାର । ଏହି ମାମଲାରେ ଶୁଣାଣି କରି ଜଷ୍ଟିସ ବିଆର ଗବଇ ଓ ଜଷ୍ଟିସ କେଭି ବିଶ୍ୱନାଥନଙ୍କ ପୀଠ ଶୁକ୍ରବାର ଆଦେଶ ଜାରି କରିଛନ୍ତି । ଏବେ ୨୦୧୫ର ଅପବିତ୍ରକରଣର ତିନି ମାମଲାରେ ରାମ ରହିମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ପଥ ପରିଷ୍କାର ହୋଇଛି । ସ୍ୱଂୟଭୁ ସନ୍ଥ ସାଧ୍ୱୀଙ୍କ ସହ ଯୌନ ଶୋଷଣ ମାମଲାରେ ସଂପ୍ରତି ଜେଲରେ ଅଛନ୍ତି ।
ଚଳିତ ବର୍ଷ ମାର୍ଚ୍ଚରେ ହାଇକୋର୍ଟ ରାମ ରହିମଙ୍କ ବିରୋଧରେ ଅପବିତ୍ରକରଣର ତିନି ମାମଲାରେ ମୋକଦ୍ଦମା ଚଲାଇବା ଉପରେ ରୋକ ଲଗାଇଥିଲେ । ଏଥିରେ ବରଗାରୀର ଘଟଣା ମଧ୍ୟ ସାମିଲ । ଏହି ମାମଲାରେ ଜଣେ ଅଭିଯୁକ୍ତ ଡେରା ସମର୍ଥକ ପ୍ରଦୀପ ସିଂ କଟାରିଆଙ୍କୁ ଗୁଳି କରି ହତ୍ୟା କରିଥିଲା ।