ନୂଆଦିଲ୍ଲୀ: ଭାରତୀୟ ରେଲୱେ ୱେଟିଂ ଟିକଟ ନିୟମରେ ବଡ ପରିବର୍ତ୍ତନ । ଏବେ ୧୨୦ ଦିନ ବଦଳରେ ୬୦ ଦିନ ପୂର୍ବରୁ ଟିକେଟ୍ ବୁକ୍ କରି ପାରିବେ ଯାତ୍ରୀ । ରେଳ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଜାରି ବିଜ୍ଞପ୍ତି ଅନୁଯାୟୀ ଆଡଭାନ୍ସ ରିଜର୍ଭେସନର ସମୟ ସୀମା ହ୍ରାସ କରାଯାଇଛି ।
ରେଲୱ୍ୱେ ନୋଟିଫିକେସନ ଅନୁଯାୟୀ, ୨୦୨୪ ନଭେମ୍ବର ୧ରୁ ଟ୍ରେନରେ ଆଡଭାନ୍ସ ଟିକେଟ୍ ବୁକିଂର ସମୟ ସୀମା ୧୨୦ ଦିନରୁ ହ୍ରାସ କରାଯାଇ ୬୦ ଦିନ(ଯାତ୍ରା ତାରିଖକୁ ଛାଡି କି) କରାଯାଇଛି । କିନ୍ତୁ ୨୦୨୪ ଅକ୍ଟୋବର ୩୧ ସୁଦ୍ଧା ଯେଉଁମାନେ ୧୨୦ ଦିନ ପୂର୍ବରୁ ଟିକେଟ୍ ବୁକିଂ କରିଛନ୍ତି ତାହା ସବୁ କାଏମ ରହିବ ।
ତାଜ ପରି ଟ୍ରେନରେ ଲାଗୁ ହେବନି ନିୟମ
ରେଲୱ୍ୱେ ଏହା ମଧ୍ୟ ଜଣାଇଛି ଯେ, ତାଜ ପରି କିଛି ଟ୍ରେନ ଯାହା ସ୍ୱଳ୍ପ ସମୟ ପାଇଁ ଚାଲେ ସେହି ଏକ୍ସପ୍ରେସ ଟ୍ରେନରେ କୌଣସି ନିୟମରେ ପରିବର୍ତ୍ତନ ହେବ ନାହିଁ । ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ୩୬୫ ଦିନର ସମୟ ସୀମା ମାମଲାରେ ମଧ୍ୟ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।