ଜେରୁସେଲମ: ଗତ ଏକ ବର୍ଷ ଧରି ଚାଲିଥିବା ଇସ୍ରାଏଲ-ହମାସ ଯୁଦ୍ଧରେ ଇସ୍ରାଏଲ ସେନାକୁ ବଡ଼ ସଫଳତା ମିଳିଛି ଏବଂ ଅକ୍ଟୋବର ୧୭ ରେ ଏକ ଏୟାର ଷ୍ଟ୍ରାଇକ୍ରେ ହମାସ ନେତା ୟାହ୍ୟା ସିନ୍ୱାରଙ୍କୁ ନିପାତ କରାଯାଇଛି। ଏନେଇ ନିଜେ ଦେଶର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୂଚନା ଦେଇଛନ୍ତି। ସେ ହମାସର ସବୁଠାରୁ ଭୟଙ୍କର ନେତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଆମେ ମନ୍ଦକୁ ଦୂର କରିଛୁ, କିନ୍ତୁ କାମ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଆମେ ହମାସ ନେତାଙ୍କୁ ହତ୍ୟା କରିବାକୁ ପ୍ରତିଶ୍ରୁତି ଦେଇଥିଲୁ ଠିକ୍ ସେମିତି କରିଛୁ। ଯୁଦ୍ଧ ସମୟରେ ଏହା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ।
ଏହି ଅଭିଭାଷଣରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବନ୍ଦୀମାନଙ୍କୁ ମୁକ୍ତ କରିବା ତାଙ୍କର ସର୍ବୋଚ୍ଚ ପ୍ରତିଶ୍ରୁତି ବୋଲି ବର୍ଣ୍ଣନା କରିଥିଲେ। ସେମାନେ ଘରକୁ ଫେରିବା ପର୍ଯ୍ୟନ୍ତ ଆମେ ଆମର ସମସ୍ତ ଶକ୍ତି ସହ କାମ ଜାରି ରଖିବୁ ବୋଲି ସେ କହିଛନ୍ତି। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଗାଜାବାସୀଙ୍କୁ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି।
ନେତନ୍ୟାହୁ କହିଛନ୍ତି ଯେ ସିନୱାର ଆପଣଙ୍କ ଜୀବନକୁ ନଷ୍ଟ କରିଛନ୍ତି। ସେ ତୁମକୁ କହିଥିଲେ ଯେ ସେ ଏକ ସିଂହ, କିନ୍ତୁ ବାସ୍ତବରେ ସେ ଏକ ଗୁହାଳରେ ଲୁଚି ରହିଥିଲା ଏବଂ ଯେତେବେଳେ ସେ ଆମଠାରୁ ପଳାଇଆସିଲା ସେତେବେଳେ ତାଙ୍କୁ ସୈନିକମାନେ ହତ୍ୟା କରିଥିଲେ । ଇସ୍ରାଏଲ ପାଇଁ ସିନୱାରଙ୍କ ମୃତ୍ୟୁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ଇହୁଦୀ ନେତା କହିଛନ୍ତି ଏବଂ ଏହାକୁ ହାମାସର ଦୁଷ୍ଟ ଶାସନର ପତନ ବୋଲି କହିଛନ୍ତି।
ଗତବର୍ଷ ଅକ୍ଟୋବର ୭, ୨୦୨୩ରେ ଇସ୍ରାଏଲ ଉପରେ ହାମାସର ଆକ୍ରମଣର ମାଷ୍ଟରମାଇଣ୍ଡ ଭାବେ ୟାହ୍ୟା ସିନ୍ୱାରଙ୍କୁ ବିବେଚନା କରାଯାଏ। ଅକ୍ଟୋବର ୧୭ରେ ଇସ୍ରାଏଲ ସିନ୍ୱାରଙ୍କ ସମେତ ୩ ଜଣଙ୍କୁ ହତ୍ୟା କରିଥିଲା। ଇସ୍ରାଏଲ ସେନା ହମାସ ନେତାଙ୍କ ଡିଏନଏ କୁ ମେଳ ଖାଉଥିବା ବେଳେ ଏହା ନିଶ୍ଚିତ ହୋଇଥିଲା। ୟାହ୍ୟା ସିନୱାର ଆତଙ୍କବାଦୀ ସଂଗଠନ ହମାସର ମୁଖ୍ୟ ଥିଲେ। ଇସ୍ରାଏଲ ସହ ଯୁଦ୍ଧ ସମୟରେ ଇରାନରେ ହୋଇଥିବା ବିସ୍ଫୋରଣରେ ହାମାସ ମୁଖ୍ୟ ଇସମାଇଲ ହାନିୟେହ ଙ୍କ ମୃତ୍ୟୁ ହେବା ପରେ ସେ ହାମାସ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୬୨ ମସିହାରେ ଗାଜା ଶରଣାର୍ଥୀ ଶିବିରରେ ସିନୱାର ଜନ୍ମଗ୍ରହଣ କରିଥିଲେ। ପ୍ରାରମ୍ଭିକ ଦିନରୁ ସେ ହମାସ ସହ ଜଡ଼ିତ ଥିଲେ।
ଅଧିକ ପଢ଼ନ୍ତୁ: ମଦ ଘଟଣାରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ