କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ଶ୍ରୀରାମପୁର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟିଛି । ଏହି ଗଣ୍ଡଗୋଳ ଓ ମାରପିଟ୍ରେ ଜଣେ ଗୁରୁତର, ଆଉ ୩ ଆହତ ହୋଇଛନ୍ତି । ଘଟଣାରେ ପୋଲିସ ବାଲିପାଟଣା ଥାନାରେ ୪ ଧରିନେଇଛି। ଉତ୍ତେଜନା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଘର ପାଖରେ ନିଜ ଜମିକୁ ନେଇ ଦୁଇ ପରିବାର ଭିତରେ କନ୍ଦଳ ବେଶ କିଛି ଦିନ ହେବ ଲାଗି ରହିଥିଲା। କିନ୍ତୁ ଆଜି ସକାଳେ ଉଭୟ ପରିବାରର ମହିଳାମାନଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ଉଭୟ ପରିବାରର ଲୋକେ ପରସ୍ପରକୁ ଆକ୍ରମଣ କରିଥିଲେ ।