ଭୁବନେଶ୍ୱର : ରାଜଧାନୀର ଅଧା ସ୍ଥାନରେ ୨୪ ଘଣ୍ଟା ପାଇଁ ବନ୍ଦ ରହିବ ଜଳ ଯୋଗାଣ । ଆଜି ଶୁକ୍ରବାର ଦିନ ୨ଟାରୁ ଆସନ୍ତାକାଲି ଶନିବାର ଦିନ ୨ଟା ଯାଏଁ ଜଳ ଯୋଗାଣ ବନ୍ଦ ରହିବ । ପାଇପ୍ ମରାମତି ଯୋଗୁଁ ମୁଣ୍ଡଳିରୁ ଜଳ ଯୋଗାଣ ବନ୍ଦ ରଖାଯିବ ବୋଲି କହି ୱାଟକୋ ସୂଚନା ଦେଇଛି ।
ସୂଚନା ଅନୁଯାୟୀ ରାଜଧାନୀର ପାତ୍ରପଡ଼ା, କଳିଙ୍ଗ ନଗର, ଭରତପୁର, ଘାଟିକିଆ, ଖଣ୍ଡଗିରି ବିହାର, ସିଆରପିଏଫ୍ ଅଞ୍ଚଳଠୁ ଆରମ୍ଭ କରି ଯଦୁପୁର, ଡୁମୁଡୁମା, ନୟାପଲ୍ଲୀ, ଆଇଆରସି ଭିଲେଜ୍ ପର୍ଯ୍ୟନ୍ତ ଜଳଯୋଗାଣ ବନ୍ଦ ରହିଛି । ସେହିପରି ଚନ୍ଦ୍ରଶେଖରପୁର, ନୀଳାଦ୍ରିବିହାର, ସାଲିଆ ସାହି, ମୈତ୍ରୀ ବିହାର ଭଳି ଅଞ୍ଚଳରେ ମଧ୍ୟ ପାଣି ଯୋଗାଣ ବନ୍ଦ ରହିଛି । ତେବେ ଏହି ୨୪ ଘଣ୍ଟା ପାଣି ଯୋଗାଣ ବନ୍ଦ ରହିବା ସମୟରେ ଆବଶ୍ୟକ ବିକଳ୍ପ ବ୍ୟବସ୍ଥା କରିବାକୁ ୱଟକୋ କହିଛି । ଏହି ସମୟ ମଧ୍ୟରେ ଉପଯୁକ୍ତ ପାଣି ସଞ୍ଚୟ କରି ରଖିବାକୁ ଅଞ୍ଚଳବାସୀଙ୍କୁ କୁହାଯାଇଛି ।