ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଲାଠୁର ଥାନା ଅନ୍ତର୍ଗତ ଝାଲିଆ ଲିଟି ବୁଢ଼ା ଡଙ୍ଗର ପାହାଡରୁ ଜଣେ ନାବାଳକ ର ମୃତ ଦେହ ଉଦ୍ଧାର ହୋଇଛି । ମୃତ ନାବାଳକ ଜଣକ ହେଉଛନ୍ତି ଜଳ ପାଙ୍କେଲ ଗାଁର ତପନ ବେମାଲ ଙ୍କ ପୁଅ ସୋମନାଥ ବେମାଲ । ସୋମନାଥ ପଞ୍ଚମ ଶ୍ରେଣୀର ଛାତ୍ର ଅଟନ୍ତି ।
ସୂଚନା ଅନୁଯାୟୀ ଗୁରୁବାର ସନ୍ଧ୍ୟା ସମୟରେ ମୃତ ସୋମନାଥଙ୍କ ଜେଜେମା ଏକ ପାଚିଲା ଆତ ଦେଇ ଥିବା ବେଳେ ନାବାଳକ ଜଣକ ଆତ ଖାଇ ଖାଇ ବାହାରକୁ ବାହାରି ସେ କୁଆଡେ ଚାଲି ଯାଇଥିଲେ ତେବେ କିଛି ସମୟ ପରେ ତାଙ୍କୁ ପରିବାର ଲୋକ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା । ଆଜି ସକାଳେ ତାର ମୃତ ଦେହ ଝାଲିଆ ଲିଟି ଡଙ୍ଗର ପାହାଡ଼ରୁ ମିଳିଥିଲା । ତେବେ ସୋମନାଥ ଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି । ଖବରପାଇ ଲାଠୁର ଥାନା ଅଧିକାରୀ ରାକେଶ ବେହେରା ଘଟଣା ସ୍ଥଳ ରେ ପହଞ୍ଚି ନାବାଳକ ର ମୃତ ଦେହକୁ ଉଦ୍ଧାର କରିଛନ୍ତି । ବଲାଙ୍ଗୀର ସାଇନ ଟି ଫିକ ଟିମ୍ ଆସି ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି l ତେବେ ନାବାଳକଙ୍କ ମୃତ୍ୟୁ କିପରି ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଛି ।