କଟକ : ଭୁସୁଡ଼ିଲା ଖପୁରିଆ ଖାନନଗର ଶିଳ୍ପାଞ୍ଚଳ ପୂଜା କମିଟିର ତୋରଣ । ଆଜି ମଧ୍ୟାହ୍ନରେ ଦୁର୍ଗା ପୂଜା ପାଇଁ ନେତାଜୀ ବସ ଟର୍ମିନାଲ ସମ୍ମୁଖରେ ହୋଇଥିବା ଲାଇଟ ଗେଟ ତୋରଣ ହଠାତ ପଡି ଯାଇଥିଲା । ତୋରଣ ତଳେ ଗୋଟିଏ କାର୍ ଓ ୩ଟି ବାଇକ୍ ଚାପି ହୋଇ ଯାଇଥିବା ସୂଚନା ରହିଛି। ଫଳରେ ବହୁ କ୍ଷତି ଘଟିଛି । ତେବେ କେଉଁ କାରଣ ଯୋଗୁ ଏଭଳି ଅଘଟଣ ଘଟିଛି ତାହା ସ୍ପଷ୍ଟ ହୋଇ ପାରିନାହିଁ । ସୌଭାଗ୍ୟ ବଶତଃ ଏତେ ବଡ ଦୁର୍ଘଟଣାରେ କାହାର କିଛି ବଡ଼ କ୍ଷତି ଘଟିନାହିଁ କିମ୍ବା କୌଣସି ବ୍ୟକ୍ତି ଆହତ ହୋଇନଥିବା ସୂଚନା ରହିଛି ।
ସୂଚନା ଅନୁଯାୟୀ ତୋରଣ ତଳେ ଚାପି ହୋଇ ରହିଥିବା ଗାଡି ଗୁଡିକୁ ସ୍ଥାନୀୟ ଲୋକ ବାହାର କରିଛନ୍ତି । ତୋରଣ ପଡିଯିବା ଯୋଗୁ ରାସ୍ତା ଜାମ ହୋଇ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା । ଦୁଇଟି କ୍ରେନ ସାହାଯ୍ୟରେ ତୋରଣକୁ ହଟାଯାଇ ଚପିଥିବା ଗାଡି ଗୁଡ଼ିକୁ କଢ଼ାଯାଇଛି । ଅନ୍ୟପକ୍ଷେ ପୂଜା କମିଟି ସମ୍ପାଦକ ପ୍ରଫୁଲ୍ଲ ସାହୁ କହିଛନ୍ତି ଯେ କୌଣସି ଏକ ଭାରି ଯାନ ତୋରଣକୁ ଧକ୍କା ଦେବାରୁ ଏଭଳି ଅଘଟଣ ଘଟିଛି ।