ନୂଆଦିଲ୍ଲୀ: ଏୟାରଲାଇନ୍ସକୁ ବୋମା ଧମକର ଲଗାତାର ମାମଲା ବଢିବାରେ ଲାଗିଛି । ଏହା ମଧ୍ୟରେ ଶନିବାର ପୁଣି ଥରେ ଇଣ୍ଡିଗୋର ୫ ବିମାନକୁ ବୋମାରେ ଉଡାଇବାକୁ ଧମକ ଦିଆଯାଇଛି । ଇଣ୍ଡିଗୋ ପକ୍ଷରୁ କୁହାଯାଛି ଯେ, ମୁମ୍ବାଇରୁ ଇସ୍ତାନବୁଲ ଯାତ୍ରା କରୁଥିବା ଫ୍ଲାଇଟ ନମ୍ବର ୬ଇ ସ୍ଥିତି ବିଷୟରେ ଅବଗତ ରହିଛି ।
କମ୍ପାନି କହିଛି, ଯାତ୍ରୀ ଓ ଚାଳକ ଦଳର ସୁରକ୍ଷା ଆମ ପାଇଁ ସର୍ବୋଚ୍ଚ ପ୍ରାଥମିକତା । ସମ୍ବନ୍ଧିତ ଅଧିକାରୀଙ୍କ ସହ ମିଶି କାମ କରୁଛୁ । ଗାଇଡଲାଇନ ଅନୁସାରେ ସମସ୍ତ ଆବଶ୍ୟକ ସତର୍କତା ଅବଲମ୍ବନ କରାଯାଉଛି । ଦିଲ୍ଲୀରୁ ଇସ୍ତାନବୁଲ ପର୍ଯ୍ୟନ୍ତ ସଞ୍ଚାଳିତ ହେଉଥିବା ୬ଇ ବିମାନ ଏ ବିଷୟରେ ଅବଗତ ରହିଛି । ସୂଚନାଯୋଗ୍ୟ, ଅକ୍ଟୋବର ୧୪ରୁ ଏ ପର୍ଯ୍ୟନ୍ତ ୭୦ରୁ ଅଧିକ ଫ୍ଲାଇଟକୁ ବୋମାରେ ଉଡାଇ ଦେବାକୁ ଧମକ ମିଳି ସାରିଛି ।
ଏହା ପୂର୍ବରୁ ଶୁକ୍ରବାର ବିଳମ୍ବିତ ରାତିରେ ଅନ୍ତର୍ଜାତୀୟ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ଦିଆଯାଇଥିଲା । ଏୟାର ଇଣ୍ଡିଆ ଏକ୍ସପ୍ରେସର ଫ୍ଲାଇଟ ଏକ୍ସଆଇ ୧୯୬କୁ ଇମେଲ ଜରିଆରେ ବୋମାରେ ଉଡାଇ ଦିଆଯିବାର ଧମକ ଦିଆଯାଇଥିଲା । ଏହି ବିମାନରେ ୧୮୯ ଯାତ୍ରୀ ଯାତ୍ରା କରୁଥିଲେ । ବିମାନକୁ ରାତି ୧ଟା୨୦ରେ ଜୟପୁର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରାଯାଇଥିଲା । ତେବେ ଯାଞ୍ଚ ସମୟରେ ବିମାନରେ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳି ନ ଥିଲା । ଏମିତି ଅନେକ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳି ଆସିଛି । ଗତ ୬ ଦିନରେ ୭୦ରୁ ଅଧିକ ବେମା ଧକମ ଖବର ମିଳି ସାରିଛି ।