ଭୁବନେଶ୍ୱର : ଆଲୋକର ପର୍ବ ଦୀପାବଳି ମାତ୍ର ଏକ ପ୍ରଥା ନୁହେଁ ଏହା ମିତ୍ରତା, ସମୃଦ୍ଧି ଏବଂ ଆନନ୍ଦର ପର୍ବ। ଏ ପର୍ବ ମା’ ଲକ୍ଷ୍ମୀଙ୍କ ସହ ଜଡ଼ିତ, ଯିଏକି ଧନ ଏବଂ ସମୃଦ୍ଧିର ଦେବୀ। ଦୀପାବଳିରେ ଗହଣା ପିନ୍ଧିଲେ ଧନ ପ୍ରାପ୍ତି ହୋଇଥାଏ ଏବଂ ସମୃଦ୍ଧି ମିଳେ ବୋଲି ବିଶ୍ବାସ ରହିଛି। ଦୀପାବଳିର ଆଲୋକକୁ ଆହୁରି ଉଜ୍ଜ୍ଵଳ କରିବା ପାଇଁ ରୁପା ଗହଣାର ଅନ୍ୟତମ ଅଗ୍ରଣୀ ଷ୍ଟୋର‘ଚାନ୍ଦି ଭଣ୍ଡାର’ ଏହାର ସ୍ବତନ୍ତ୍ର ‘ବ୍ଲିଙ୍ଗ୍ କଲେକ୍ସନ’ର ଉପସ୍ଥାପନ କରିଛି। ୯୨.୫% ଶୁଦ୍ଧତାଯୁକ୍ତ ଷ୍ଟର୍ଲିଙ୍ଗ୍ ସିଲ୍ଭରରେ ଜିରକନ୍ ଖଚିତ ଏହି ଆକର୍ଷଣୀୟ ତଥା ଷ୍ଟାଇଲିସ୍ ଗହଣା ସମ୍ଭାର ପରମ୍ପରା ଏବଂ ସୁନ୍ଦରତାରେ ଉପଯୁକ୍ତ ସନ୍ତୁଳନ ରକ୍ଷା କରେ।
ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଏ କଲେକ୍ସନ ଏକ ସର୍ବଶ୍ରେଷ୍ଠ ଫ୍ୟାଶନ୍ ଷ୍ଟେଟ୍ମେଣ୍ଟ, ଯାହାକି ଆତ୍ମବିଶ୍ଵାସ, ସୁନ୍ଦରତା ଏବଂ ସଫଳତାକୁ ପାଳନ କରୁଥିବା ଚମତ୍କାର ରଙ୍ଗ ପ୍ରଦାନ କରିଥାଏ। ପଥରର ଚମକ ସହିତ ଆକର୍ଷଣୀୟ ଡିଜାଇନ୍ରେ ଦୀପାବଳି ପାଳନ କରିବାର ସୁଯୋଗ ପ୍ରଦାନ କରୁଛି ଚାନ୍ଦି ଭଣ୍ଡାର। ପାର୍ବଣ ଉତ୍ସାହକୁ ଆହୁରି ବଢ଼ାଇବା ପାଇଁ ବ୍ରାଣ୍ଡ୍ ଆମ୍ବାସଡର ଶୈଳେନ୍ଦ୍ର ସାମନ୍ତରାୟ ଏବଂ ଶିବାନୀ ସଙ୍ଗୀତାଙ୍କୁ ନେଇ ଏକ ଦୀପାବଳି କ୍ୟାମ୍ପେନ ପ୍ରସ୍ତୁତ କରିଛି ଚାନ୍ଦି ଭଣ୍ଡାର। ଏଥିରେ ଉଭୟ ବ୍ରାଣ୍ଡ ଆମ୍ବାସଡର ବ୍ରିଙ୍ଗ୍ ଏବଂ ଆମୋଘ କଲେକ୍ସନକୁ ପ୍ରଦର୍ଶିତ କରିବେ। ଗ୍ରାହକଙ୍କୁ ସ୍ୱତନ୍ତ୍ର ଦୀପାବଳି ଅଫର ପ୍ରଦାନ ପୂର୍ବକ ଚାନ୍ଦି ଭଣ୍ଡାର ପକ୍ଷରୁ ରୁପା ଗହଣା ଏବଂ ଆର୍ଟିଫାକ୍ଟର ଗଢ଼ା ମଜୁରି ଉପରେ ୫୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି । ଏ ଅଫର ଅକ୍ଟୋବର ୧୮ରୁ ୩୧ ପର୍ଯ୍ୟନ୍ତ ଉପଲବ୍ଧ।