ପୁରୀ : ପୁରୀରେ ଆତଙ୍କ ଖେଳାଇଥିବା କୁମ୍ଭୀରକୁ ଜାଲରେ ଧରିଲେ ମତ୍ସ୍ୟଜୀବୀ । ପୁରୀ ଚୁପରିଙ୍ଗି ବ୍ରିଜ ତଳେ କୁମ୍ଭୀର ବୁଲୁଥିବା ବେଳେ ଜାଲ ପକାଇ ଧରିଲେ । କୁମ୍ଭୀରକୁ ଧରି ବନ ବିଭାଗକୁ ହସ୍ତାନ୍ତର ମତ୍ସ୍ୟଜୀବୀ କଲେ ।
ସୂଚନା ଯୋଗ୍ୟ ଗତ କିଛିଦିନ ହେବ ପୁରୀ ଦୟାନଦୀ ଚୁପରିଙ୍ଗି ବ୍ରିଜ ତଳେ ରହି ଗୋଟିଏ କୁମ୍ଭୀର ଆତଙ୍କ ଖେଳାଉଥିଲା । ଫଳରେ ସ୍ଥାନୀୟଲୋକେ ବ୍ରିଜ ତଳକୁ ଯିବାକୁ ଭୟ କରୁଥିଲେ। ଆଜି କେତେକ ମତ୍ସ୍ୟଜୀବୀ ବ୍ରିଜ୍ତଳେ ମାଛ ଧରିବାକୁ ଜାଲ ପକାଇଥିଲେ। ସେହି ସମୟରେ ଆତଙ୍କ ଖେଳାଇଥିବା କୁମ୍ଭୀରଟି ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଥିଲା। କୌଶଳକ୍ରମେ ମତ୍ସ୍ୟଜୀବୀ କୁମ୍ଭୀରକୁ ମାଡ଼ିବସିଥିଲେ। ପରେ ମତ୍ସ୍ୟଜୀବୀମାନେ କୁମ୍ଭୀରକୁ ବନବିଭାଗକୁ ହସ୍ତାନ୍ତର କରିଛନ୍ତି। ଏହାପରେ ବନ ବିଭାଗ କୁମ୍ଭୀରକୁ ଏକ ସୁରକ୍ଷିତ ଅଞ୍ଚଳରେ ଛାଡ଼ିଛନ୍ତି ବୋଲି ସୂଚନା ରହିଛି ।