ଦୁଇ କାର ମୁହାଁମୁହିଁ ଧକ୍କା: ଜଣେ ମୃତ 25/04/2024 Share story: ବାଙ୍କୀ ଥାନା କୁସପିଙ୍ଗ ଛକ ନିକଟରେ ଏକ ଅଘଟଣ ଘଟିଯାଇଛି । ଦୁଇ କାର ମୁହାଁମୁହିଁ ଧକ୍କା ହୋଇଛନ୍ତି । ଫଳରେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଗୁରୁବାର ଅପରାହ୍ନ ସମୟରେ ଆଠଗଡ ପଟୁ ଫେରୁଥିବା ଏକ କାର ସହ ବାଙ୍କୀ ପଟୁ ଆସୁଥିବା ଏକ କାର ମଧ୍ୟରେ କୁସପିଙ୍ଗ ଛକ ନିକଟରେ ଦୁର୍ଘଟଣା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଦୁଇ ଜଣ ଯୁବକ ଓ ଜଣେ ବାଳକ ଗୁରୁତର ହୋଇପଡିଥିଲେ । ତେବେ ଖବରପାଇ ସ୍ଥାନୀୟ ଲୋକ ଆହତଙ୍କୁ କଟକ ବଡ ମେଡିକାଲ ପଠାଇଥିଲେ । କିନ୍ତୁ ସେଠାରେ ଡାକ୍ତର ନରିଆ ସାହୁ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଠଗଡର ସୁଜିତ ଦାସ ଓ ତାଙ୍କ ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତେବେ ଖବର ପାଇ ଘଟଣା ସ୍ଥଳରେ ବାଙ୍କି ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି । car accident Henilprava Swain, Author, 25/04/2024