ଆଜି ଭାରତ ବନ୍ଦ ପାଳନ ବେଳେ ରାଜ୍ୟରେ ଦୁଇଟି ଅଘଟଣା ଘଟିଯାଇଛି । ରାୟଗଡ଼ାରେ ଆନ୍ଦୋଳକାରୀଙ୍କ ନିକଟକୁ ବସ୍ ମାଡ଼ି ଯାଇଥିବାବେଳେ ବାଲେଶ୍ୱରରେ ଜଣେ ଆନ୍ଦୋଳନକାରୀଙ୍କୁ କାର୍ ଧକ୍କା ଦେଇଛି ।
ରାୟଗଡ଼ା ଜିଲ୍ଲାରେ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଉଛି । ଶିରିଗୁଡ଼ା ଛକରେ ଆନ୍ଦୋଳନକାରୀ ଆନ୍ଦୋଳନ କରୁଥିବା ସମୟରେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ପୋଲିସ ବସ୍ ବ୍ରେକ୍ ଫେଲ୍ ହେବାରୁ ଆନ୍ଦୋଳନକାରୀଙ୍କ ଆଡ଼କୁ ବସ୍ ମାଡ଼ି ଯାଇଛି । ତେବେ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଲଗାଇ ବସକୁ ନିୟନ୍ତ୍ରଣ କରିଛନ୍ତି । ଫଳରେ ବଡ଼ ଦୁର୍ଘଟଣା ଟଳି ଯାଇଛି । ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନଥିବାବେଳେ କିଛିଟା ଚେୟାର ଭାଙ୍ଗିରୁଜି ଯାଇଛି । ଯାହାକୁ ନେଇ ଆନ୍ଦୋଳନକାରୀ ତାତିଛନ୍ତି । ତାଙ୍କୁ ଜାଣିଶୁଣି ହତ୍ୟା କରିବାକୁ ଚେଷ୍ଟା କରାଯାଉଥିଲା ବୋଲି କହିଛନ୍ତି ।
ସେପଟେ ବାଲେଶ୍ୱରରେ ବନ୍ଦ ପାଳନ ବେଳେ ଦୁର୍ଘଟଣାରେ ଚିତ୍ର ସାମ୍ନାକୁ ଆସିଛି । ଏକ ଦ୍ରୁତଗାମୀ କାର୍ ଆନ୍ଦୋଳନକାରୀଙ୍କୁ ଧକ୍କା ଦେଇଛି । ଫଳରେ ବାମପନ୍ଥୀର ଜଣେ ବରିଷ୍ଠ ନେତା ଗୁରୁତର ଆହତ ହୋଇଛନ୍ତି । ତାଙ୍କ ମୁହଁ ଏବଂ ନାକରେ ଗଭୀର ଆଘାତ ଲାଗିଛି । ଗୁରୁତର ବ୍ୟକ୍ତି ଜଣକ ହେଲେ ଗୌରାଙ୍ଗ ପାଣିଗ୍ରାହୀ । ପୋଲିସ ଭ୍ୟାନ୍ ଯୋଗେ ତାଙ୍କୁ ତାଙ୍କୁ ସଙ୍ଗେ ସଙ୍ଗେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ଆନ୍ଦୋଳନ ସ୍ଥଳରେ କିଛି ସମୟ ପାଇଁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ତଦନ୍ତ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ:-ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ପ୍ରଭାବ, ଗାଡ଼ି ନ ପାଇ ଯାତ୍ରୀ ହନ୍ତସନ୍ତ