ରାୟଗଡ଼ା: ବଡ଼ ଅଘଟଣରୁ ବର୍ତ୍ତିଲେ ଆନ୍ଦୋଳନକାରୀ। ରାୟଗଡା ଶିରିଗୁଡ଼ା ଛକରେ ବ୍ରେକ୍ ଫେଲ୍ ହେଲା ପୋଲିସ ବସ୍। ଅଳ୍ପକେ ବର୍ତ୍ତିଲେ ଶତାଧିକ ଆନ୍ଦୋଳନକାରୀ। ରାୟଗଡା ସହରର ଶିରିଗୁଡ଼ା ଛକରେ ବନ୍ଦର ପ୍ରଭାବରେ ଅନେକ ଯାନବାହାନ ଅଟକିଥିଲା । ଶତାଧିକ ଆନ୍ଦୋଳକାରୀ ରାସ୍ତାରେ ବିକ୍ଷୋଭ କରୁଥିଲେ।ସାମ୍ବାଦିକମାନେ ମଧ୍ୟ ଖବର ସଂଗ୍ରହ କରୁଥିଲେ। ସେହି ସମୟରେ ରାୟଗଡ଼ାରୁ ନବରଙ୍ଗପୁରର ଯାଉଥିଲେ ୩୮ଜଣ ପୋଲିସ କର୍ମୀ। ତେବେ ହଠାତ ପୋଲିସ ବସ୍ ବ୍ରେକ ଫେଲ୍ ହୋଇ ଗଡ଼ିଗଲା । ବ୍ୟାରିକେଡ ଭାଙ୍ଗି ପ୍ରାୟ ୧୦୦ ମିଟର ଗଡ଼ିଗଲା ବସ୍। ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଦୁର୍ଘଟଣା ଟଳି ଯାଇଛି।