ଭୁବନେଶ୍ୱର: ଓଡ଼ିଶାରୁ ରାଜ୍ୟସଭାର ୪ଟି ଆସନ ଏପ୍ରିଲ ପ୍ରଥମ ସପ୍ତାହରେ ଖାଲି ହେବାକୁ ଯାଉଛି। ଏଥିପାଇଁ ଚଳିତ ମାସ ଶେଷ ସପ୍ତାହରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାକୁ ନେଇ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ଗତିବିଧି ବୃଦ୍ଧି ପାଇଛି। ରାଜ୍ୟସଭାରେ ବର୍ତ୍ତମାନ ବିଜେଡିର ୭ ଓ ବିଜେପିର ୩ ସାଂସଦ ରହିଛନ୍ତି। ଆସନ୍ତା ଏପ୍ରିଲ ୨ରେ ବିଜେପିର ସୁଜିତ କୁମାର ଓ ମମତା ମହନ୍ତ ଏବଂ ବିଜେଡିର ମୁଜିବୁଲ୍ଲା ଖାନ୍ ଓ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଶେଷ ହେବ।
ବର୍ତ୍ତମାନ ବିଧାନସଭାରେ ବିଜେପିର ୭୯, ବିଜେଡିର ୫୦, କଂଗ୍ରେସର ୧୪ ଓ ସିପିଆଇ (ଏମ୍ର ଜଣେ ବିଧାୟକ ଅଛନ୍ତି। ତିନିଜଣ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ କରୁଛନ୍ତି। ସଂଖ୍ୟା ଆଧାରରେ ୩ଟି ଆସନ ପାଇଁ ବିଜେପି ଓ ବିଜେଡି ପାଖରେ ସ୍ପଷ୍ଟ ବହୁମତ ଥିବାରୁ ୪ର୍ଥ ଆସନକୁ ନେଇ ରାଜନୈତିକ ଛକାପଞ୍ଜା ସୃଷ୍ଟି ହୋଇପାରେ। ବିଜେଡିରୁ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କ ଭୋଟ କୁଆଡ଼େ ଯିବ ତାହା ଉପରେ ସମସ୍ତଙ୍କ ନଜର ରହିବ। କ୍ରସ୍ ଭୋଟିଂ ଓ ଘୋଡ଼ା ବେପାର ଆଶଙ୍କା ମଧ୍ୟ ରହିଛି।
ବିଜେପି ୪ର୍ଥ ଆସନ ଜିତିବା ଦାବି କରୁଥିବା ବେଳେ ବିଜେଡି ନିଜ ରଣନୀତି ସ୍ପଷ୍ଟ କରିନାହିଁ। କଂଗ୍ରେସ-ବିଜେଡି ମିଳିତ ପ୍ରାର୍ଥୀ ସମ୍ଭାବନା ନେଇ ଆଲୋଚନା ଚାଲିଥିଲେ ମଧ୍ୟ ସମୀକ୍ଷକମାନଙ୍କ ମତରେ ଏହାର ସମ୍ଭାବନା କମ୍। ଏପରି ପରିସ୍ଥିତିରେ ୪ର୍ଥ ଆସନର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି।
ଅଧିକ ପଢନ୍ତୁ: ଏହା ଟ୍ରେଡ ଡିଲ୍ ନୁହେଁ ସରେଣ୍ଡର, ଲୋକସଭାରେ ସରକାରଙ୍କ ଉପରେ ବର୍ଷିଲେ ରାହୁଲ