ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଦଣ୍ତିକା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ବାଇକ ଉପରେ ଏକ ଚାଉଳ ବୋଝେଇ ଟ୍ରକ ଚଢ଼ିଯାଇଛି । ଯାହା ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ ପଶ୍ଚିମବଙ୍ଗରୁ ଏକ ଚାଉଳ ବୋଝେଇ ଟ୍ରକ ବାଲେଶ୍ୱର ଅଭିମୁଖେ ଆସୁଥିଲା । ଏହି ସମୟରେ ଦଣ୍ଡିକା ଛକ ନିକଟରେ ଟ୍ରକଟି ବାଇକକୁ ଧକ୍କା ଦେଇ ଘୋଷାଡି ନେଇଯାଇଥିଲା । ଯାହା ଫଳରେ ବାଇକଟି ଟ୍ରକ ଚକା ଭିତରେ ଫସିଯାଇଥିଲା । ଆଉ ଘଟଣା ସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛନ୍ତି । ତେବେ ମୃତ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ପୋଲିସ ମୃତଦେହକୁ ଜବତ କରି ତଦନ୍ତଜାରି ରଖିଛି ।