ଭୁବେନଶ୍ୱର : ଆଜି ଇଂରାଜୀ ଭାଷାରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ୩୦୮୨ କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଛି। ସକାଳ ୯ଟାରୁ ୧୧:୩୦ସରିବ ପରୀକ୍ଷା। ପରୀକ୍ଷାକୁ ଶୃଂଖଳିତ ଭାବେ ସାରିବା ପାଇଁ ନୋଡ଼ାଲ ସେଣ୍ଟର ସହ ପରୀକ୍ଷା କେନ୍ଦ୍ରଗୁଡ଼ିକ ସିସିଟିଭି ସର୍ଭେଲାନ୍ସରେ ରଖାଯାଇଛି। ଏହାସହିତ କଣ୍ଟ୍ରୋଲ ରୁମ୍ରୁ ସ୍ବତନ୍ତ୍ର ଭାବେ ମନିଟରିଂ କରାଯାଉଛି। ୧୩୬୪ କେନ୍ଦ୍ରରୁ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା କରାଯାଇଛି। ସେହିପରି ପରୀକ୍ଷାରେ କପି ରୋକିବା ପାଇଁ ସ୍କୁଲ କତୃପକ୍ଷ ବିଶେଷ ନଜର ରଖିଛନ୍ତି।
ପ୍ରଶ୍ନପତ୍ର ହବ୍ ଗୁଡିକ ଏଆଇ ବୈଷୟିକ ଜ୍ଞାନକୌଶଳ ନଜରରେ ରଖାଯାଇଛି। ପରୀକ୍ଷା କେନ୍ଦ୍ରକୁ ଫୋନ୍ ବାରଣ କରାଯାଇଥିବା ବେଳେ ତ୍ରିସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା ହୋଇଛି। ସ୍ପେଶାଲ ଭିଜିଲାନ୍ସ ଟିମ୍ ପରୀକ୍ଷା କେନ୍ଦ୍ରଗୁଡ଼ିକ ପରିଦର୍ଶନ କରିଛନ୍ତି। ପ୍ରଶ୍ନପତ୍ର ଲିକ୍କୁ ରୋକିବା ପାଇଁ ପ୍ରଶ୍ନପତ୍ରରେ କ୍ୟୁଆର କୋଡ ଓ ୱାଟର ମାର୍କ ରହିଛି। ପ୍ରଶ୍ନପତ୍ର ପରିବହନ ପାଇଁ ଜିପିଏସ ଟ୍ରାକିଂ ଗାଡ଼ି, ପିନ୍ ସାହାଯ୍ୟରେ ଖୋଲୁଥିବା ସେମି-ଡିଜିଟାଲ୍ ଲକ୍ ଓ ସଶସ୍ତ୍ର ଗାର୍ଡଙ୍କ ବ୍ୟବସ୍ଥା କରାଯାଇଛି।
ତେବେ ଚଳିତ ବର୍ଷ ରାଜ୍ୟର ୫ଲକ୍ଷ ୬୧ ହଜାର ୯୭୯ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ରାଜ୍ୟର ୩ ହଜାର ୮୨ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ଏପରିକି ୩୨୨ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ଓ ଉତ୍ତର ଖାତା ସୁରକ୍ଷା ବଳୟରେ ରହୁଛି। ତେବେ ଆଜି ଛାତ୍ରଛାତ୍ରୀ ଦ୍ୱିତୀୟ ବିଷୟ ଇଂରାଜୀରେ ପରୀକ୍ଷା ଦେଉଛନ୍ତି। କିନ୍ତୁ ପ୍ରଥମ ପରୀକ୍ଷା ମାତୃଭାଷାରେ ୧୨୦୦ ରୁ ଉର୍ଧ ଛାତ୍ରଛାତ୍ରୀ ପରୀକ୍ଷା ଦେଇନଥିଲେ। ତେଣୁ ଆଜି ପରୀକ୍ଷା ସରିବ ପରେ ଜଣାପଡିବ କେତେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।
ଅଧିକ ପଢ଼ନ୍ତୁ ; ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ ; ବିଶ୍ୱରେ ଭାଷା ଏବଂ ସଂସ୍କୃତିର ବିବିଧତାକୁ ପ୍ରୋତ୍ସାହନ