ବିଧାନସଭାରେ ଉପସ୍ଥାପିତ ହେଉଛି ବଜେଟ୍ ୨୦୨୬-୨୭। ଓଡ଼ିଶାର ବିକାଶ ଧାରାକୁ ଆହୁରି ବେଗବାନ କରିବା ପାଇଁ ରାଜ୍ୟ ସରକାର ଆଜି ୩,୧୦,୦୦୦ କୋଟି ଟଙ୍କାର ଐତିହାସିକ ବଜେଟ୍ ଆଗତ କରିଛନ୍ତି। ଏହି ବଜେଟରେ ସାଧାରଣ ଜନତାଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ସହ ଓଡ଼ିଶାକୁ ଏକ ଆଧୁନିକ ଓ ସାଂସ୍କୃତିକ ହବ୍ ଭାବେ ଗଢ଼ିତୋଳିବାକୁ ଲକ୍ଷ୍ୟ ରଖାଯାଇଛି। ଚଳିତ ବଜେଟ୍ ରେ ପୁରୀ ପାଇଁ ହଜାରେ କୋଟି ଟଙ୍କାର ବିକାଶ ପ୍ରକଳ୍ପ ଘୋଷଣା କରାଯାଇଛି।
ପୁରୀରେ ହଜାରେ କୋଟି ଟଙ୍କାର ବିକାଶ ପ୍ରକଳ୍ପ ଘୋଷଣା
- ଆଧୁନିକ ମ୍ୟୁଜିୟମ ଓ ଲାଇବ୍ରେରି ସ୍ଥାପନ ପ୍ରସ୍ତାବ
- ‘ସମର୍ପଣ’ ନାମରେ ଅନଲାଇନ ଡୋନେସନ ବ୍ୟବସ୍ଥା ଆରମ୍ଭ
- ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ପାଇଁ ୫ କୋଟି ଟଙ୍କା ବ୍ୟୟ ବରାଦ
- ଜଗନ୍ନାଥ ବ୍ୟାଖ୍ୟା କେନ୍ଦ୍ର ପାଇଁ ଶହେ କୋଟି
- ଗୁଣ୍ଡିଚା ମନ୍ଦିର, ଏମାର ମଠ, ପ୍ରମୋଦ ଉଦ୍ୟାନ ଏବଂ ଐତିହାସିକ ରଘୁନନ୍ଦନ ପାଠାଗାର ପୁନରୁଦ୍ଧାର କରାଯିବ
ଅଧିକ ପଢନ୍ତୁ: ଭିବି ଜି-ରାମ-ଜି ପାଇଁ ୫ ହଜାର ୫ ଶହ କୋଟି ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ