ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋଟ ୩ ଲକ୍ଷ ୧୦ ହଜାର କୋଟିର ବଜେଟ୍ ଉପସ୍ଥାପନ କରିଛି । ଗତବର୍ଷ ତୁଳନାରେ ବଜେଟ୍ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି ।
ମୋହନ ସରକାର ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଏବଂ ଲାଇବ୍ରେରୀ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ୧ ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଶ୍ରୀମନ୍ଦିରରେ ଅନଲାଇନ୍ ଦାନ କରିବା ପାଇଁ ସମର୍ପଣ ନାମରେ ଏକ ସୁରକ୍ଷିତ ଅନଲାଇନ୍ ଦାନ ପ୍ଲାର୍ଟଫର୍ମ ଡିଜିଟାଲ ହୁଣ୍ଡି ପ୍ରଚଳନ କରାଯିବ । ଶ୍ରୀ ଜଗନ୍ନାଥ ରତ୍ନ ଭଣ୍ଡାରର ସମସ୍ତ ଅଳଙ୍କର ତାଲିକା ପ୍ରସ୍ତୁତ କରିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଏବଂ ପୁରୀ ନିମନ୍ତେ ୪ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।
ସେହିପରି କେନ୍ଦ୍ର ସରକାର ଚଳିତ ଆର୍ଥିକ ବଜେଟରେ ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧିକୁ ବୃଦ୍ଧି କରିବା ପାଇଁ ରେଳ ନିମନ୍ତେ ୧୦ ହଜାର ୯ ଶହ କୋଟି ୨୮ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ବିରଳ ମୃତ୍ତିକା କରିଡର ଅଧୀନରେ ପଦକ୍ଷେପ ଗୁଡ଼ିକୁ ଆଗକୁ ବଢ଼ାଇବାକୁ ଶିଳ୍ପ ବିଭାଗ ଅଧୀନରେ ମୋହନ ସରକାର ୧୦ କୋଟି ଟଙ୍କାର ଆବଣ୍ଟନ ପାଇଁ ପ୍ରସ୍ତାବ ଦେଇଛନ୍ତି । ସେହିପରି ଜଳ ଭଣ୍ଡାର କ୍ଷେତ୍ର ବିକାଶ ପାଇଁ ୯୯ କୋଟି ଟଙ୍କା ଅନୁମୋଦନ କରାଯାଇଛି ।
ସେହିପରି ଚିଲିକାର ବିକାଶ ପାଇଁ ଚିଲିକା ପୁନରୁଦ୍ଧାର ନାମରେ ଏକ ନୂତନ ଯୋଜନା ଷୋଘଣା କରିଛନ୍ତି ।
ସରକାର ସଂସ୍କୃତିର ବିକାଶ ପାଇଁ ବେଶ ପ୍ରତିବଦ୍ଧ । ବାରିପଦାଠାରେ ମୟୂରଭଞ୍ଜ ଛଉ ଏକାଡେମୀ ପ୍ରତିଷ୍ଠା କରାଯିବ । ସେଥିପାଇଁ ୧୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।
ଏହା ସହିତ ବିକଶିତ ଓଡ଼ିଶା ଭିଜନ୍ ଅନୁସାରେ ୨୦୩୬ ସୁଦ୍ଧା ଓଡ଼ିଶାକୁ ୫ ଶହ ବିଲିୟନ ଆମେରିକୀୟ ଡଲାର ଅର୍ଥନୀତିରେ ରୂପାନ୍ତରିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେଥିପାଇଁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ନୂତନ ସରକାରୀ କୋଠା ନିର୍ମାଣ କରାଯିବ । ସେଗୁଡ଼ିକୁ ହେଲା ଜନ ଆଶ୍ରୟ ଭବନ, ନୂତନ ରାଜ୍ୟ ବିଧାନ ସଭା ସୌଧ, ନୂତନ ସଚିବାଳୟ ଭବନ, ବିଶ୍ୱ ସ୍ତରୀୟ ଏକ ନୂତନ ସଂଗ୍ରହାଳୟ ଏବଂ ଓଡ଼ିଶା ମଣ୍ଡପ ସମ୍ମିଳନୀ କେନ୍ଦ୍ର ନିର୍ମାଣ କରାଯିବ ।
ଚାଷୀମାନଙ୍କୁ ସମୟୋଚିତ ପୈଠ ଏବଂ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ ୫ ହଜାର କୋଟ ଟଙ୍କା ଏକ ଆବର୍ତ୍ତନ ପାଣ୍ଠି ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ପାଇଁ ୨ ହଜାର ୩୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଶ୍ରୀଅନ୍ନ ଅଭିଯାନ ପାଇଁ ୪୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବୃହତ ଉଠା ଜଳସେଚନ ପ୍ରକଳ୍ ଅଞ୍ଚଳରେ ଫସଲ ବିବିଧକରଣ କାର୍ୟ୍ୟକ୍ରମ, ସ୍ୱଦେଶୀ ପ୍ରଜାତିର ଧାନକୁ ପ୍ରୋତ୍ସାହନ ଏବଂ ଅମଳ ପରବର୍ତ୍ତୀ ଧାନ ପଡ଼ିଆର ବ୍ୟାପକ ପରିଚାଳନା ଆଦି ପଦକ୍ଷେପ ପାଇଁ ୪୬୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । କଫି ଚାଷ ପାଇଁ ୧୫୦ କୋଟି, ଉନ୍ନତ ଆଖୁ ଚାଷ ପାଇଁ ୨୭ କୋଟି ଏବଂ ବଳଭଦ୍ର ଜୈବିକ ଚାଷ ମିଶନ ନିମନ୍ତେ ୨୮ କୋଟିର ବ୍ୟବସ୍ଥା କରାଯାଇଛି । ଓଡ଼ିଶାରେ ବିସ୍ମୃତ ଖାଦ୍ୟ ଏବଂ ଅବହେଳିତ ଶସ୍ୟର ପୁନରୁଦ୍ଧାର ପାଇଁ ୫୫ କୋଟି ଟଙ୍କା ପ୍ରସ୍ତାବ ରଖାଯାଇଛି । କୃଷି ଉପକରଣର ଲୋକପ୍ରିୟତା ଯୋଜନା ଅଧୀନରେ କୃଷି ଯାନ୍ତ୍ରିକୀକରଣ ନିମେନ୍ତେ ୪୦୦ କୋଟି ବ୍ୟୟବରାଦ କରାଯାଇଛି । କୃଷି ଉଦ୍ୟୋଗ ଏବଂ କୃଷି ସେବା କେନ୍ଦ୍ର ଗୁଡ଼ିକୁ ପୁଞ୍ଜି ନିବେଶ ସହାୟତା ବାବଦକୁ ୪୪୧ କୋଟି ଟଙ୍କା ଏବଂ ଶୀତଳ ଭଣ୍ଡାର ନୀତି ପାଇଁ ୬୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।