ଭୁବନେଶ୍ୱର : ହୋଟେଲରୁ ଯୁବକଙ୍କ ସନ୍ଦେହଜନଙ୍କ ମୃତଦେହ ଉଦ୍ଧାର। ଭୁବନେଶ୍ୱରର ଏକ ଓୟୋ ହୋଟେଲରେ ଏଭଳି ଘଟଣା ଘଟିଛି। ମୃତ ଯୁବକ ହେଲେ ପୁରୁଣା ଭୁବନେଶ୍ୱରର ବୁବୁନା ପ୍ରଧାନ। ତେବେ ଯୁବକଙ୍କ ପ୍ରେମିକା ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। କମିଶନରେଟ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଏପରିକି ହୋଟେଲ ପରିସରରେ ଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରୁଛି।
ଖବର ଅନୁସାରେ, ଗୁରୁବାର ବୁବୁନା ନିଜ ପ୍ରେମିକାଙ୍କ ସହ ହୋଟେଲ୍ ଆସିଥିଲେ। ହେଲେ ଶୁକ୍ରବାର ଦିନ ହଠାତ୍ ଲିଙ୍ଗରାଜ ଥାନା ପୋଲିସକୁ ଆସିଥିଲା ଫୋନ୍ କଲ। ଯେଉଁଥିରେ ହୋଟେଲରେ ଜଣେ ଯୁବକ ଅଚେତ ଅବସ୍ଥାରେ ପଡିଥିବାର ପୋଲିସ ଦେଖିବାକୁ ପାଇଥିଲେ। ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ନେଇଥିଲା। ହେଲେ ସେଠାରେ ଡାକ୍ତର ଉକ୍ତ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଏହି ଘଟଣାକୁ ନେଇ ତଦନ୍ତ କରୁଛି କମିଶନରେଟ୍ ପୋଲିସ।