କଟକ ଜଗତପୁର ପାଗାରେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। SCBରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ବିସ୍ଫୋରଣରେ ମାଆ ଓ କୁନି ଝିଅର ମୃତ୍ୟୁ ହୋଇଥିଲା ବେଳେ ଆଜି ଆଉ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ପ୍ରଭାତୀ ନାୟକ।
ଘଟଣା ମୁତାବିକ, ଜଗତପୁର ପାଗାର ମହାଜନପୁରରେ ଗତକାଲି ବିସ୍ଫୋରଣ ଘଟିଥିଲା। ଘରେ ବାଣ ଭିଡ଼ିବା ବେଳେ ବିସ୍ଫୋରଣ ହୋଇଥିଲା। ବିସ୍ପୋରଣ ଏତେ ଭୟଙ୍କର ରଥିଥିଲେ ଯେ, ଘରର କାନ୍ଥ ଫାଟି ଛାତ ଉଡିଯାଇଥିଲା। ବିସ୍ଫୋରଣ ସମୟରେ ଘରେ କେହି ପୁରୁଷ ସଦସ୍ୟ ନଥିଲେ। ଏଥିରେ ଶାଶୁ, ବୋହୂ ଏବଂ ନାତୁଣୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ହେଲେ ଗତକାଲି ବୋହୂ ଓ ୩ ବର୍ଷର ନାତୁଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଶାଶୁ ପ୍ରଭାତୀଙ୍କ ମୃତ୍ୟୁ ହୋଇଛି।
ଏହା ପୂର୍ବରୁ ଗତ ଜାନୁୟାରୀ ୨୬ରେ ଭୁବନେଶ୍ୱର ସୁନ୍ଦରପଦା ଆଜାଦନଗରରେ ବୋମା ଫୁଟିବା ଘଟଣାକୁ ପ୍ରଥମ ବାଣ ବିସ୍ଫୋରଣ କୁହାଯାଉଥିଲା। ପରେ NIA ଏହି ଘଟଣାର ତଦନ୍ତ ଭାର ହାତକୁ ନେଇଥିଲା। ଏବେ NIA ନଜରରେ ରହିଛି ପାଗା ବିସ୍ଫୋରଣ। କାରଣ ବିସ୍ପୋରଣରେ କେଉଁ ସାମଗ୍ରୀ ବ୍ୟବହାର ହୋଇଥିଲା, ତାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। କାରଣ ଭୁବନେଶ୍ଵର ସୁନ୍ଦରପଦା ବ୍ଲାଷ୍ଟ ଘଟଣାରେ ଟ୍ରାଇନାଇଟ୍ରୋ ଟ୍ରିଆଜିନ ନାମକ ରସାୟନ ଘଟଣାସ୍ଥଳରୁ ପାଇଥିଲା ତଦନ୍ତକାରୀ ଟିମ୍। ଯାହା ବଡ ଧରଣର ବିସ୍ଫୋରଣ ଘଟାଇବା ପାଇଁ ବ୍ୟବହାର କରାଯାଏ।
ଅଧିକ ପଢନ୍ତୁ: ଆଜାଦନଗର ବିସ୍ଫୋରଣ ଘଟଣାରେ NIA ତଦନ୍ତ ଜୋରଦାର, ଆର୍ଥିକ କାରବାର ନେଇ ଚାଲିଛି ଖୋଳତାଡ଼