ବାରଙ୍ଗ: ବନ୍ଧୁକ ମୁନରେ ଘରେ କଳାକନା ବୁଲାଇଲେ ଲୁଟେରା। ଲୁଟି ନେଲେ ୨ଟି ସୁନା ହାର,୧୦ଟି ମୁଦି, ଚେନ୍, କାନଫୁଲ, ନାକଫୁଲ, ଶଙ୍ଖା, ପାଉଁଜି ଓ ଗୋଟିଏ ମୋବାଇଲ୍ ଫୋନ। ବାରଙ୍ଗ ଅଞ୍ଚଳ ସ୍ଥିତ ବେଲଗଛିଆ ଗ୍ରାମର ଗଜେନ୍ଦ୍ର ବେହେରା ଘରେ ହୋଇଛି ଲୁଟ। ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଦୁର୍ବୃତ୍ତ। ଖବରପାଇ ବାରଙ୍ଗ ଥାନା ବେଲଗଛିଆ ଗ୍ରାମରେ ପହଞ୍ଚି ଘଟଣାର କରୁଛି ତଦନ୍ତ।
ସୂଚନା ଅନୁସାରେ ; ମାସେ ପୂର୍ବରୁ ଗଜେନ୍ଦ୍ରଙ୍କ ପୁଅ ମିଥୁନ ବେହେରାଙ୍କ ବିବାହ ହୋଇଥିଲା। ବିବାହରେ ତାଙ୍କୁ ଉପହାରରେ ଅନେକ ସୁନା, ରୂପ ଅଳଙ୍କାର ମିଳିଥିଲା। ହେଲେ ଗୁରୁବାର ବିଳମ୍ବିତ ରାତିରେ ୭ଜଣ ଲୁଟେରା ମୁଖା ପିନ୍ଧି ଗଜେନ୍ଦ୍ରଙ୍କ କବାଡ଼ ବାଡେଇ ପାଣି ମାଗିଥିଲେ। ଘର କବାଟ ଖୋଲିବା ପରେ ଗଜେନ୍ଦ୍ରଙ୍କୁ ଧକ୍କା ଦେଇ ଘର ଭିତରକୁ ମାରଣାସ୍ତ୍ର ନେଇ ପଶି ଯାଇଥିଲେ। ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ। ତେବେ ଘଟଣାସ୍ଥଳରେ ବାରଙ୍ଗ ଥାନା ପୋଲିସ ପହଞ୍ଚି ଘଟଣାର ତନାଘନା କରୁଛି।
ଅଧିକ ପଢନ୍ତୁ ; ଭିଜିଲାନ୍ସ ଜାଲରେ ଫରେଷ୍ଟର ବାବୁ