ଛତ୍ରପୁର: ଯୁବକଙ୍କୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା। ଏକ ଦୋକାନ ସାମ୍ନାରେ ପଡିଛି ଯୁବକଙ୍କ ମୃତଦେହ। ଗଞ୍ଜାମ ଜିଲ୍ଲା ଛତ୍ରପୁର ରିକାପଲ୍ଲୀ ଗେଟ ପାଖରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତ ଯୁବକ ଛତ୍ରପୁର ଥାନା ଅଧୀନ ଅରୁଗୁଣୀ ଗାଁର ବୋଲି ସୂଚନା ରହିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି। ସାଇଣ୍ଟିଫିକ ଟିମ୍ ମଧ୍ୟ ତଦନ୍ତରେ ସହଯୋଗ କରୁଛି ।
ସୂଚନା ଅନୁସାରେ ; ଗୁରୁବାର ସନ୍ଧ୍ୟାରେ ଯୁବକ ଜଣଙ୍କ ଘରେ ସାଙ୍ଗମାନଙ୍କ ପାଖକୁ ଯାଉଥିବା ନେଇ କହିଥିଲେ। ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ ଯୁବକ ଘରକୁ ଫେରିନଥିଲେ। ତେଣୁ ପରିବାର ଲୋକେ ରାତି ତମାମ ତାଙ୍କୁ ଖୋଜାଖୋଜି କରିଥିଲେ। ହେଲେ କିଛି ଖୋଜ ଖବର ମିଳିନଥିଲା। କିନ୍ତୁ ଆଜି ସକାଳୁ ଚିକେନ ଦୋକାନ ପଛପଟେ ତାଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ। ଏହାପରେ ତୁରନ୍ତ ଛତ୍ରପୁର ପୋଲିସକୁ ଖବର ଦେଇଥିଲେ। ଛତ୍ରପୁର ଏସଡ଼ିପିଓ ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛନ୍ତି।
ଅଧିକ ପଢନ୍ତୁ ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ