ଭୁବନେଶ୍ୱର: ନିକଟରେ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ଘଟିଥିବା ଭୟଙ୍କର ବିସ୍ଫୋରଣରେ ତଦନ୍ତକୁ ତୀବ୍ର କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)। ଘଟଣାର ଏକ ଭୟଙ୍କର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ ଏନଆଇଏ ତଦନ୍ତକୁ ତ୍ୱରାନ୍ୱିତ କରିଥିବା ଜଣାପଡ଼ିଛି। ଫୁଟେଜରେ ଦେଖିବାକୁ ମିଳୁଛି ଯେ ବିସ୍ଫୋରଣ କେତେ ଭୟାନକ ଥିଲା। ଯେଉଁଥିରେ ଅତି କମରେ ଚାରି ଜଣ ଗୁରୁତର ଆହତ ହୋଇଥିଲେ।
ପୋଲିସ ସୂତ୍ର ଅନୁଯାୟୀ ଶାହନୱାଜ ବୋମା ଭିଡୁ ଥିବାବେଳେ ଏହା ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ତାଙ୍କ ଭାବି ପତ୍ନୀ ଏବଂ ସହଯୋଗୀ ଅମିଆଙ୍କ ସମେତ ଚାରି ଜଣ ଆହତ ହୋଇଥିଲେ। ପରବର୍ତ୍ତୀ ସମୟରେ ଚିକିତ୍ସାଧିନ ଅବସ୍ଥାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ଏହା ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ସନ୍ଦେହ କରି ତଦନ୍ତ କରୁଛି NIA। ସେପଟେ ମୃତ ସେହନେବାଜ ମଲ୍ଲିକ୍ ର ଆକାଉଣ୍ଟ ଷ୍ଟେଟମେଣ୍ଟ ଉପରେ ଯାଞ୍ଚ ହେଉଛି । ଆର୍ଥିକ କାରବାର ନେଇ ଚାଲିଛି ଖୋଳତାଡ଼ । ବ୍ୟବହୃତ ବିସ୍ଫୋରକର କିଛି ନମୁନା ନେଇ ତଦନ୍ତ କରୁଛି ଟିମ।
ଅପରପକ୍ଷରେ ଏହି ଶକ୍ତିଶାଳୀ ବିସ୍ଫୋରଣ ଶବ୍ଦ ଶୁଣି ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଏପରିକି ଜୋରଦାର ଶବ୍ଦ ଶୁଣିବା ପରେ ସ୍ଥାନୀୟ ବାସିନ୍ଦାମାନେ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ।